ଟ୍ରଲର ଧକ୍କାରେ ଯୁବକ ମୃତ

Spread the love

ଯାଜପୁର/ ଜଖପୁରା, ୧୨/୦୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ଜଖପୁରା ଥାନା ଅଧିନ ବିଜୁପଟ୍ଟନାୟକ ମାର୍ଗ ମନୋହରପୁର ଛକ ନିକଟରେ ଆଜି ସକାଳ ପ୍ରାୟ ୭ ଟା ସମୟହେବ ଏକ ଟ୍ରଲର ଧକ୍କାଦେବା ଫଳରେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଆଜି ସକାଳୁ ସକାଳୁ ସୁକିନ୍ଦା ଥାନା ଅନ୍ତର୍ଗତ ହାତିବାରି ପଞ୍ଚାୟତ ଅଧିନ କରଡ଼ାପାଳ ଗ୍ରାମର କୋଦଣ୍ଡ ଧର ବଳ ଙ୍କ ପୁଅ ଚିନ୍ମୟ କୁମାର ବଳ( ୩୨ )କଳିଙ୍ଗ ନଗର ସ୍ଥିତ ଜିନ୍ଦଲ ପ୍ଲାଣ୍ଟରୁ ଓ ଡ଼ି ୩୪ ସି ୫୩ ୧୨ ହିରୋ ଡିଲକ୍ସ ଯୋଗେ ଘରକୁ ଫେରୁଥିବା ବେଳେ ବଙ୍ଗଳାପଟୁ ଆସୁଥିବା ବି ଆର ପି ଅଲ୍ ପାରାଦୀପ ରୁ ଗୁଲି ଅଲୋଡ଼ କରି ଫେରୁଥିବା ଟ୍ରଲର ଓ ଡ଼ି ୦୨ ବି ଡି (୯୬ ୭୯) ଦ୍ରୁତଗତିରେ ଆସି ଚିନ୍ମୟ ବାଇକ୍ କୁ ଶକ୍ତ ଧକ୍କା ଦେଇଥିଲା ଯାହା ଫଳରେ ଚିନ୍ମୟ ଗାଡ଼ିରୁ ଛିଟିକି କି ପଡିଯାଇଥିଲେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଘଟାଇଥିବା ଟ୍ରଲର ଟି କିଛି ବାଟ ଆଗକୁଯାଇ ରାସ୍ତା କଡରେ ଗାଡିକୁ ଛାଡ଼ି ଚାଳକ ଜଣକ ଦୌଡ଼ିକି ପଳାଇ ଯାଇଥିଲା । ଏପଟେ ଯୁବକ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକମାନେ ଟାୟାର ଜାଳି ଶବକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିଲେ  ଖବର ପାଇ ଜଖପୁରା ପୋଲିସି ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ୍ୟ ଉତ୍ତ୍ୟକ୍ତ ଲୋକେ ବୁଝିନଥିଲେ ପରିସ୍ଥିତିକୁ  ଦୁଷ୍ଟିରେରଖି  ଏକ ପ୍ଲାଟୁନ ପୋଲିସଫୋର୍ସ ମଗାଇଥିଲେ । ଶେଷରେ ବହୁ ବୁଝା ବଣା କରିବା ପରେ ଉତକ୍ତ ଲୋକେ ରାସ୍ତା ଅବରୋଧ ହଟାଇଥିଲେ ।ମୃତକ ପରିବାରକୁ ରେଡ଼କ୍ରସ ତରଫରୁ ୧୦,୦୦୦ ଟଙ୍କାକ୍ଷତି ପୂରଣ ଦେବା ସହ  ବି, ଆର, ପି, ଅଲ୍  କମ୍ପାନୀ ତରଫରୁ ଅନ୍ୟାନ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଜଖପୁରା ପୋଲିସ ଘଟଣା ଘଟାଇଥିବା ଟ୍ରଲର ଟିକୁ ଜବଦ କରିବା ସହ ସବ ବେବଛେଦ ନିମନ୍ତେ ଦାନଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।

Related Posts

About The Author

Add Comment