ନିର୍ଭୟା ଦୋଷୀଙ୍କୁ ଫାଶୀ କାଲି ଦିଆଯିବ ନାହିଁ

Spread the love

ନୂଆଦିଲ୍ଲୀ, ୩୧/୧/୨୦ (ସନ୍ଧାନ ନିଉଜ) : ଆସନ୍ତାକାଲି ଦିଆଯିବନାହିଁ ନିର୍ଭୟା ଦୋଷୀଙ୍କୁ ଫାଶୀ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି।

ସୂଚନାଯୋଗ୍ୟଯେ, ଆସନ୍ତାକାଲି ଫେବୃଆରି ୧ ତାରିଖ ସକାଳ ଛଅଟା ସମୟରେ ଫାଶୀ ଦେବାକୁ ଦିନ ଏବଂ ସମୟ ଧାର୍ଯ୍ୟ ହୋଇଥିଲା ବେଳେ ଆଜି ପାଟିଆଲା ହାଉସ୍‌ କୋର୍ଟ, ତାହାକୁ ଘୁଞ୍ଚାଇ ଦେଇଛନ୍ତି। କେବେ ଫାଶୀ ଦିଆଯିବ ସେ ନେଇ ଦିନ ଧାର୍ଯ୍ୟ କରିନାହାଁନ୍ତି କୋର୍ଟ।

ପୁନଶ୍ଚ ସୂଚନାଯୋଗ୍ୟଯେ,ଜଣେ ଦୋଷୀ ମୁକେଶ ସିଂହର ସମସ୍ତ ଆଇନ ଅନୁଯାୟୀ ବିକଳ୍ପ ସମାପ୍ତ ହୋଇସାରିଥିବା ବେଳେ ଅନ୍ୟ ତିନିଜଣଙ୍କର ଆଇନ ଅନୁଯାୟୀ କିଛି ବିକଳ୍ପ ବାକି ଅଛି। ଯଦିଓ ଦୁଇ ଦୁଇଥର ବ୍ଲାକ ୱାରେଣ୍ଟ ଜାରୀ କରିଥିଲେ ପାଟିଆଲା ହାଉସ୍ କୋର୍ଟ କିନ୍ତୁ ଜଣଙ୍କ ପରେ ଜଣେ, ଗୋଟିଏ ପରେ ଗୋଟିଏ ଆବେଦନ କରି ଫାଶୀ ତାରିଖ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି। ଆସନ୍ତାକାଲି ଫାଶି ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା। ୪ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ ଏକା ସାଙ୍ଗରେ କାର୍ଯ୍ୟକାରୀ ହେବାକୁ ଥିବାରୁ ଦୋଷୀ ଏହାର ଫାଇଦା ଉଠାଉଛନ୍ତି।

Related Posts

About The Author

Add Comment