ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ଯୋଜନା ୨୦୨୬ ଉଦଘାଟିତ।

Spread the love

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ଯୋଜନା ୨୦୨୬ ଉଦଘାଟିତ ହୋଇ ଯାଇଛି। ମାନ୍ୟବର ସାଂସଦ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୂର୍ବ ଭାରତ ସଂଯୋଜକ ଶ୍ରୀଯୁକ୍ତ ଡି ଗୋସ୍ୱାମୀ, ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗି, ପୁର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି, ଓଡିଶା ବିଜେପି ର ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ମାନସ ମହାନ୍ତି ଉପସ୍ଥିତ ଥିଲେ। ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ। ଆମେ ତାଙ୍କର ଦାୟଦ ହିସାବ ଅନୁସାରେ ତାଙ୍କର ଅବଦାନ ଓ ତାଙ୍କ ପରାମର୍ଶ କୁ କାର୍ଯ୍ୟକାରୀ କରାଇବା ପାଇଁ ବଦ୍ଧ ପରିକର ବୋଲି ଡି ଗୋସ୍ୱାମୀ ମତ ଦେଇଥିଲେ। ପ୍ରତ୍ୟେକ ଜିଲ୍ଳା ରେ ଏହି ପ୍ରଶିକ୍ଷଣ ଯୋଜନା କୁ ଘରେ ଘରେ ପହଞ୍ଚେଇବାର ପ୍ରୟାସ ବିଜେପି କରିବ ବୋଲି ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀଯୁକ୍ତ ମନମୋହନ ସାମଲ ପ୍ରକାଶ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ

Related Posts

About The Author

Add Comment