ଜେନାପୁର (ସନ୍ଧାନ ନିୟୁଜ/ସୁଶାନ୍ତ କୁମାର ଖଟୁଆ)- ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଅଂଚଳର ଜନୈକା ଶିଶୁ କଳାକାର ପ୍ରଦୁସ୍ମିତା ମଲ୍ଲିକ(୧୧)ଙ୍କୁ ଅନ୍ତର୍ଜାତୀୟ ନୃତ୍ୟ ଚୂଡାମଣି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ୨୦ ତାରିଖ ସୋମବାର ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ଉତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗ ଦେଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ସୂଚନା ଥାଉକି, ଉକ୍ତ ଉସôବରେ ସେ ସେମି କ୍ଲାସିକାଲ୍ ନୃତ୍ୟ ବର୍ଗରେ ଅଂଶ ଗ୍ରହଣ କରି ଚମକ୍ରାର ନୃତ୍ୟ ପ୍ରଦର୍ଶନ କରିବା ସଂଗେସଂଗେ ଉପସ୍ଥିତ ଦର୍ଶକମାନଙ୍କୁ ଖୁବ୍ ବିମୋହିତ କରିପାରିଥିଲେ । ସଫଳତାର ସହ ସେ ଏହି କୃତିତ୍ୱ ଅର୍ଜନ କରିଥିବାରୁ ସମଗ୍ର ରାଜ୍ୟ ଏବଂ ଯାଜପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସେ ବର୍ତ୍ତମାନ ୫ମ ଶ୍ରେଣୀରେ ଅଧ୍ୟୟନ କରିବା ସହ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ବାଲେଶ୍ୱର କଳାପରିଷଦ ଅନୁଷ୍ଠାନରେ ୫ବର୍ଷ ଧରି ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଗ୍ରହଣ କରିଆସୁଛନ୍ତି । ସେ ବାଲେଶ୍ୱରଠାରେ ରହୁଥିବା ତଥା ଜେନାପୁର (ଅରିମୂଳ) ଗ୍ରାମନିବାସୀ ମହେଶ୍ୱର ମଲ୍ଲିକ ଓ କୁଣ୍ଡଲତା ମଲ୍ଲିକଙ୍କ ଏକ ମାତ୍ର କନ୍ୟା ସନ୍ତାନ ଅଟନ୍ତି । ଏପରି ବିରଳ ରେକର୍ଡ ପାଇଁ ସେ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।