ରାଉରକେଲା, ୨୨/୦୧/୨୦ (ସନ୍ଧାନ ନିଉଜ) : ଟାଙ୍ଗରପାଲ୍ଲୀ ଥାନା ଅନ୍ତର୍ଗତ ଟାଙ୍ଗରପାଲ୍ଲୀର ପାତ୍ର ବସ୍ତିରେ ଘଟିଛି ଏକ ଅଘଟଣ । ବସ୍ତିରେ ରହୁଥିବା ୭୦ ବର୍ଷିୟ ରାମେଶ୍ୱର ପାତ୍ର ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ ନବକୃଷ୍ଣନଗର ରାସ୍ତା ପାଖରେ ଥିବା ଏକ ଗଛରେ ଫାଶୀ ଦେଇ ଝୁଲି ପଡିଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ । ଟାଙ୍ଗରପାଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଂଚି ବୃଦ୍ଧଙ୍କ ଶବ ଜବତ କରିବା ସହ ଏକ ଅପମୃ୍ତ୍ୟୁ ମାମଲା ରୁଜୁ କରିଛି । ବୃଦ୍ଧ ଜଣଙ୍କ ପାରିବାରିକ କଳହରୁ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତ କାଳରେ ଅନୁମାନ କରିଛି ।
ବୃଦ୍ଧଙ୍କ ଆତ୍ମହତ୍ୟା
|
January 22, 2020 |



