ଯାଜପୁର ସଦର, ୧୬ା୦୧(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତର ବ୍ରହ୍ମବରଦା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଚି । ଏହି ଅବସରରେ ମହାବିଦ୍ୟାଳୟ ପୁସ୍ତକ ଜ୍ଞ୍ୟାନି ଗୁଣିକୁ ଲୋକଲୋଚନକୁ ଆଣି ଥାଏ ବୋଲି ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ସେଠୀ ପ୍ରଦ୍ୱିପ ପ୍ରଜ୍ଜଳନ କରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ବିନ୍ଧାଣି ମା ରମା ଦେବୀ କହିଲେ ଅତୃକ୍ତି ହେବ ନାହିଁ । ବରୀ ବିଧାୟୀକା ଶ୍ରୀମତୀ ସୁନନ୍ଦା ଦାସ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ । ମଞ୍ଚାସିନ ଅନ୍ୟତମ ଅତିଥି ବ୍ରହ୍ମବରଦାର ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ହରିବନ୍ଧୁ ଗିରୀ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ଯାଜପୁର ବିଜେଡ଼ି ସମ୍ପାଦକ ପ୍ରଦିପ ଦାସ ଯୋଗଦେଇଥିବା ବେଳେ, ମଞ୍ଚାସୀନ ଅନ୍ୟତମ ଅତିଥି ପୂର୍ବତନ ସରପଞ୍ଚଚ ବିପିନ ବିହାରୀ ଦେଓ, ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ବିଜୟ କୁମାର ଦାସ, ସମିତ ସଭ୍ୟ ଅଟଳ ବିହାରୀ ଦାସ, ପୂର୍ବତନ ସମିତି ସଭ୍ୟ ଅବଦୁଲ ଦୟାନ ଖାଁ, ଶିକ୍ଷାବିତ୍ ହରିବନ୍ଧୁ ଗିରୀ, ବ୍ରହ୍ମବରଦା ହାଜିରମିଅାଁ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଆଲ୍ଲାଉଦ୍ଦିନ ଖାଁ, ହେମନ୍ତ ସାହୁ, କାଶିନାଥ ବେହେରା, ଯୋଗଦେଇଥିଲେ । ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ଅତିଥି ଶ୍ରୀମତୀ ସେଠୀ ଶ୍ରୀଯୁକ୍ତ ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ, ବ୍ରହ୍ମବରଦା ମହାବିଦ୍ୟାଳୟର ଅଧକ୍ଷ ସୁସାହିତିକ ଗାଳ୍ପିକ ମହେଶ୍ୱର ପାଢ଼ୀ ଯୋଗଦେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏବଂ ମହାବିଦ୍ୟାଳୟ ପକ୍ଷରୁ ଯାଜପୁର ସାଂସଦ ଶ୍ରୀମତୀ ସେଠୀଙ୍କୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ଶ୍ରୀମତୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବରୀର କର୍ମବୀର ଯୁବ ସଙ୍ଗଠକ ଦେବେନ୍ଦ୍ର ଦାସଙ୍କୁ ଉଭୟ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ଡ. ରଶ୍ମିକାନ୍ତ ଦାଶ ଶ୍ଲୋକ ଆବୃତି କରିଥିବା ବେଳେ, ଡ. ଶଶିଭୁଷଣ ଏବଂ ଛାତ୍ରୀ ସ୍ୱାଗତ ସଙ୍ଗିତ ଗାନ କରିଥିଲେ । ଅଧ୍ୟାପକ ଉଲ୍ଲାସ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଅଧ୍ୟାପକ ସୁଦର୍ଶନ ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ସାହୁ, ଅଧ୍ୟାପକ ଅବଦୁଲ ଓରଫ ଖାଁନ, ସୂର୍ଯ୍ୟକାନ୍ତ ରାଉତ, ମହମ୍ମଦ ମହସିନି, ଅଣଶିକ୍ଷା କର୍ମୀ ଶାନ୍ତିଲତା ବେହେରାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ବ୍ରହ୍ମବରଦା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ମହାବିଦ୍ୟାଳୟର ପ୍ରତିଯୋଗିତାରେ ଭାଗନେଇଥିବା ଦ୍ୱିତୀୟ ସ୍ତର ଏବଂ ଚମ୍ପିଆନ ମାଲିନି ଗିରୀ ସର୍ବଗୁଣା ସମ୍ପର୍ଣ୍ଣା ପୁରଷ୍କାର, କଳାରେ ସୌଭାଗ୍ୟ ଗିରୀ, ବାଣିଜ୍ୟରେ ପ୍ରବିର ଜେନା, ବିଜ୍ଞାନରେ ଅର୍ପିତା ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କୃତ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବହୁ ସାହିତିକ, ଶିକ୍ଷାବିତ, ବରିଷ୍ଠ ନାଗରିକ ମାନେ ଯୋଗଦାନ କରିଥିଲେ ।
ତାଜା ଖବର
- ଚାକିରି ଦେବା ନାଁ ରେ ବଡ ଠକେଇ, ଥାନାରେ ଅଭିଯୋଗ
- କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କୃତି ଖେଳାଳି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ
- ସବଡେଗା ବ୍ଲକରେ ଲଗାଣ ବର୍ଷାରେ ଅନେକ ଘର ଧସିଲା, ତହସିଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
- *ମା’ ଯଶୋଦା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା*
- ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
- ବଡ଼ଚଣା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
- ଯାଜପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ: ସହରର ସର୍ବାଙ୍ଗୀନ ବିକାଶ ଓ ସ୍ୱଚ୍ଛତା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କଲେ ନିର୍ବାହୀ ଅଧିକାରୀ
- କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବଡ଼ ନିଷ୍ପତ୍ତିd ସହାୟତା, ତୋଳାଳିଙ୍କ ଖାତାକୁ ପହଞ୍ଚିଲା ବୋନସ
- କଣ୍ଟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତଲସରା ପୋଲିସ ପକ୍ଷରୁ ନିଶା ମୁକ୍ତ ଅଭିଯାନ ସହିତ ସାଇବର ଠକେଇ ର ସଚେତନା କାର୍ଯ୍ୟକ୍ରମ
- ଘୋଘର ଗ୍ରାମ ରେ ସ୍କୁଟି ଚୋରି, ତଲସରା ଥାନା ରେ ଅଭିଯୋଗ



