ଭୁବନେଶ୍ୱର,୧୪/୧/୨୦୨୦ (ସନ୍ଧାନ ନିଉଜ) ଚନ୍ଦ୍ରଶେଖରପୁର ଥାନାକୁ ଆସିଥିଲେ ଅଭିଯୋଗ କରିବା ପାଇଁ। ଶେଷରେ ନିଜେ ଅଭିଯୁକ୍ତ ହୋଇ ଜେଲ୍ ଗଲେ। ଗତ ୪ଦିନ ଧରି ଚର୍ଚ୍ଚାରେ ଥିବା ଲଭ-ସେକ୍ସ୍-ଧୋକା ଘଟଣାର ଅନ୍ତ ହୋଇଛି। ଶେଷରେ ଆଜି ଅପରାହଣ୍ରେ ଅଭିଯୁକ୍ତ ଘରୋଇ ବ୍ୟାଙ୍କ ଡିଜିଏମ୍ ଭଞ୍ଜନଗର ବାସିନ୍ଦା ତଥା ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିବା ସୁନିଲ୍ ପ୍ରସାଦ ମିଶ୍ର(୨୫)ଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲଣ କରିଛି। ଏହା ସହିତ ସୁନିଲ୍ଙ୍କ ପାଲଟା ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତା ଅଧ୍ୟାପିକାଙ୍କ ବନ୍ଧୁ ଗଞ୍ଜାମର ବାପି ନାୟକ(୨୬), ଜଗତସିଂପୁରର ଜ୍ୟୋତିପ୍ରକାଶ ସ୍ବାଇଁ(୨୧) ଓ ଭଦ୍ରକର ଆଲୋକ ଦତ୍ତ(୨୬)ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଏହି ଘଟଣାରେ ପୁଲିସ୍ ପୀଡ଼ିତାକୁ ଏପରି ଅସାମାଜିକ ବ୍ୟକ୍ତିଙ୍କ ପ୍ରତି ସାବଧାନ ରହିବା ପାଇଁ ଓ ଅଜଣା ଲୋକଙ୍କ ସହ ସାମାଜିକ ଗଣମାଧ୍ୟମରେ ବନ୍ଧୁତା ସ୍ଥାପନ ନକରିବା ଓ ତଦନ୍ତ କାର୍ଯ୍ୟରେ ସହଯୋଗ କରିବା ପାଇଁ ତାଗିଦ୍ କରି ଏକ ସ୍ବତନ୍ତ୍ର ଲିଖିତନାମା ଦେଇ ଛାଡ଼ି ଦେଇଛି। ଫଳରେ ଥାନାରୁ ବାହାରି ଅଧ୍ୟାପିକା ନିଜ କାନଧରି ଚାପୁଡ଼ା ମାରି ନିଜ ଭୁଲ୍ ସ୍ବୀକାର କରି କାନ୍ଦି ପକାଇଥିଲେ। ଆଜି କୋର୍ଟ ଚାଲାଣ ସମୟରେ ଡିଜିଏମ୍ ସୁନିଲ୍ ପ୍ରେମ ଜାଲରେ ଫସିଗଲେ ବୋଲି କହିଥିବା ବେଳେ ନିଜ କାର୍ଯ୍ୟପ୍ରତି ଦୁଃଖ ପ୍ରକାଶ କରିଛନ୍ତି। ଯୁବତୀଙ୍କୁ ହୋଟେଲ୍ ଡାକି ନିଶା ପାନୀୟ ଦେଇ ତାଙ୍କ ସହ ଦୁଷ୍କର୍ମ କରିବା ଓ ସମ୍ପର୍କ ସମୟରେ ନିଜ ମୋବାଇଲ୍ରେ ଅସଞ୍ଜତ ଅବସ୍ଥାର ଭିଡିଓ ଉତ୍ତୋଳନ କରିବା ଏବଂ ପରେ ଏହାକୁ ଭାଇରାଲ୍ କରି ଦେବାକୁ କହି ଯୁବତୀଙ୍କୁ ଧମକାଇବା ଘଟଣାରେ ପୁଲିସ୍ ଅଭିଯୁକ୍ତ ସୁନିଲ୍ଙ୍କ ନାମରେ ଦଫା ଲଗାଇଛି। ସେହିଭଳି ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୁନିଲ୍ ମୋବାଇଲ୍ରୁ ଡିଲିଟ୍ କରିବା ପାଇଁ ବାପି, ଜ୍ୟୋତି ଓ ଆଲୋକ ବଳପୂର୍ବକ ସୁନି୍ଲ୍ଙ୍କୁ ଉଠାଇନେବା ଓ ନିସ୍ତୁକ ମାଡ଼ ମାରିବା ସହ ଟଙ୍କା ଦାବି କରିବା ଅଭିଯୋଗରେ ୩ ଜଣ ଯୁବକ କୋର୍ଟ ଚାଲାଣ ହୋଇଛନ୍ତି।
ଲଭ୍-ସେକ୍ସ୍-ଧୋକା : ଅଭିଯୋଗ କରିବାକୁ ଆସି ଫସିଲେ ଡିଜିଏମ୍
|
January 14, 2020 |



