Homeଜିଲ୍ଲା ପରିକ୍ରମାବାଲେଶ୍ବରଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡ଼ି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡ଼ି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ Sandhan News | November 10, 2020 | Spread the love ଭୁବନେଶ୍ୱର, ୧୦/୧୧/୨୦ (ସନ୍ଧାନ ନିଉଜ) : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡ଼ି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳ ସୁପ୍ରୀମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଉଭୟ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଟ୍ୱିଟରେ ଲେଖିଛନ୍ତିଯେ “ପ୍ରାର୍ଥୀଙ୍କୁ ଶୁଭେଚ୍ଛା। ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ।” ଏହା ସହିତ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, “କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ।” Related Posts ଆରଡ଼ି ପୀଠରେ ଜଳଲାଗି କଲେ ହଜାର ହଜାର ଶ୍ରଦ୍ଧାଳୁ August 12, 2019 | Manas Kumar Rout | ଅଧିକ ପଢନ୍ତୁ ଭଣ୍ଡାରିପୋଖରୀ ୨ ପଞ୍ଚାୟତରୁ ହଟିଲା କଣ୍ଟେନମେଣ୍ଟ May 5, 2020 | Manas Kumar Rout | ଅଧିକ ପଢନ୍ତୁ ଲଣ୍ଡନରେ ପାକିସ୍ତାନ ରେଳମନ୍ତ୍ରୀ ଙ୍କୁ ଅଣ୍ଡାମାଡ August 23, 2019 | Biswajit Parida | ଅଧିକ ପଢନ୍ତୁ ବିଧାୟକଙ୍କ ଦରମା ବୃଦ୍ଧି ଉପରେ ପୁନର୍ବିଚାର ପାଇଁ ପ୍ରସ୍ତାବ ରଖିଲା ବିଜେଡ଼ି December 20, 2025 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ବିଧାୟକଙ୍କ ଦରମା ବୃଦ୍ଧି ଉପରେ ପୁନର୍ବିଚାର ପାଇଁ ପ୍ରସ୍ତାବ ରଖିଲା ବିଜେଡ଼ି December 20, 2025 | Manas Kumar Rout | ଅଧିକ ପଢନ୍ତୁ