ଇରାନର ବାହୁବଳୀ ଜେନେରାଲ କାସିମ୍ ସୁଲେମାନି ନିହତ

Spread the love

ଇରାନ, ୦୪/୧/୨୦ (ସନ୍ଧାନ ନିଉଜ) : ଇରାନର ବାହୁବଳୀ ଜେନେରାଲ କାସିମ୍ ସୁଲେମାନି ନିହତ ହେବା ପରେ ତାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ତାଙ୍କ ମୃତ୍ୟୁକୁ ନେଇ ସବୁଠୁ ଅଧିକ ଖୁସି ଥିବା ଦେଖିବାକୁ ମିଳିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ । ସେ ଏବେ ଫ୍ଲୋରିଡାରେ ଛୁଟି କାଟୁଛନ୍ତି । ତେବେ ଏହି ସମୟରେ ସେ ସୁଲେମାନୀଙ୍କ ମୃତ୍ୟୁ ଖବର ଜାଣିବା ପରେ ପ୍ରଥମେ ଆଇସକ୍ରୀମ ଖାଇ ଖୁସି ମନାଇଥିବା ଜଣାପଡିଛି । ଆମେରିକାର ଏକ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ, ସିରିଆରେ ୨୦୧୭ ରେ ମିଶାଇଲ୍ ଆକ୍ରମଣ ପରେ ଟ୍ରମ୍ପ ଚକୋଲେଟ୍ ଖାଇ ଖୁସି ମନାଇଥିଲେ ।

ସୂଚନା ମୁତାବକ, ସୁଲେମାନି ନିହତ ହେବାର ଖବର ଆସିବା ପରେ ଟ୍ରମ୍ପ ମାର-ଏ-ଲୋଗୋ କ୍ଲବରେ ଆଇସକ୍ରୀମ ଖାଇଥିଲେ । ଏହି ସମୟରେ ତାଙ୍କ ସହ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଉପସ୍ଥିତ ଥିଲେ । ଟ୍ରମ୍ପ ତାଙ୍କୁ ସିରିଆରେ ମିଶାଇଲ ଆକ୍ରମଣର ସୂଚନା ଦେଇଥିଲେ ଓ ଚକୋଲେଟ୍ କେକ୍ ଖୁଆଇଥିଲେ । ଏୟାର ଷ୍ଟ୍ରାଇକର ଠିକ୍ କିଛି ସମୟ ପରେ ଟ୍ରମ୍ପ ଆମେରିକାର ଜାତୀୟ ପତାକା ଟ୍ବିଟ୍ କରିଥିଲେ। ଟ୍ରମ୍ପ ଏହା ଜରିଆରେ ବିଶ୍ବବାସୀଙ୍କୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ। ବିନା ଟେକ୍ସଟରେ କରାଯାଇଥିବା ଏହି ଟ୍ବିଟରେ କେବଳ ଆମେରିକାର ପତାକା ରହିଥିଲା ଏହା ଭିତରେ ଶନିବାର ଟ୍ରମ୍ପ ମିଡିଆ ସହ ଆଲୋଚନା କରି କହିଛନ୍ତି, ସେ ଏହି ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଇରାନ ସହିତ ବିବାଦ ପାଇଁ ସୁଲେମାନିଙ୍କୁ ହତ୍ୟା କରାଯାଇନାହିଁ । କେବଳ ଯୁଦ୍ଧକୁ ବନ୍ଦ କରିବା ପାଇଁ ଏଭଳି କାର୍ୟ୍ୟାନୁଷ୍ଠାନ ନେଉଛି । ଆମେ ଇରାନରେ କ୍ଷମତା ପରିବର୍ତ୍ତନ ମଧ୍ୟ ଚାହୁଁନୁ । କିନ୍ତୁ ଇରାନ ସରକାର ଛାୟା ଯୁଦ୍ଧ କରି ନିଜର ପଡୋଶୀ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ କରୁଥିଲା । ସୁଲେମାନି ଆମେରିକାର ରାଷ୍ଟ୍ରଦୂତ ଓ ସୈନିକଙ୍କ ଉପରେ ଆକ୍ରମଣ କରିବାର ଯୋଜନା କରୁଥିଲେ । ସେଥିପାଇଁ ଆମେ ପାଲଟା ଜବାବ୍ ଦେଇଥିଲୁ ବୋଲି ଟ୍ରମ୍ପ ମତ ଦେଇଛନ୍ତି ।

Related Posts

About The Author

Add Comment