ଧାମରା ବନ୍ଦରରେ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ, କାରଣ ଅସ୍ପଷ୍ଟ

Spread the love

ଧାମରା, ୩/୧/୨୦ (ସନ୍ଧାନ ନିଉଜ) : ଧାମରା ବନ୍ଦର ମଧ୍ୟରେ ଶୁକ୍ରବାର ଏକ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ରବିମୁଲ ଅଲ୍ଲି ଖାଁ (୪୫) । ପ୍ରତକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ, ରବିମୁଲ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ଧାମରା ବନ୍ଦର କର୍ତ୍ତୃପକ୍ଷ ନିଜ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର କେବଳ ଅକ୍ସିଜେନ ଲଗାଇ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ଏହି ମୃତକଙ୍କ ପରିବାରକୁ ଖବର ଦିଆଯାଇଥିଲା। ଘରେ ରବିମୁଲଙ୍କ ପତ୍ନୀ ମୁନି ବିବି (୪୦) ନିଜ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ସହଜରେ ଗ୍ରହଣ କରି ପାରି ନଥିଲେ ଏବଂ ଧାମରା ବନ୍ଦର କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କ ସ୍ୱାମୀକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Related Posts

About The Author

Add Comment