ଯାଜପୁର ସଦର, ୦୩/୦୧ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ମହିମାଛକ ଠାରେ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଯାଇଚି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଯାଜପୁର ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଦୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ ବରୀ ବିଜେଡିର ମାର୍ଗଦର୍ଶକ ଦେବେନ୍ଦ୍ର ଦାସ, ସମ୍ମାନୀୟ ଅତିଥି ଅବସର ପ୍ରାପ୍ତ କର୍ମଚାରୀସଂଘର ସଭାପତି ହରିବଂଧୁ ଗିରୀ, ରଂଜନ କରୁମାର ପଣ୍ଡା, ମହେଶ୍ୱରପୁର ପୂର୍ବତନ ସରପଞ୍ଚ ଅକ୍ତର ଅଲ୍ଲୀ, ଯୁବନେତା ରାକେଶ ଦେ ଓ, କ୍କବର ସଂପାଦକ ନିଶିକାନ୍ତ ବେହେରା ସଂପାଦକୀୟ ବିବରଣୀ ପାଠ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ କ୍ଲବର ସଭାପତି ସତ୍ୟବ୍ରତ ଗିରୀ ଅନ୍ୟମାନଙ୍କ ମଧ୍ୟରେ ସନାତନ ମଣ୍ଡଳ, ପ୍ରଭାକର ମଣ୍ଡଳ, ପ୍ରଭାତ ବେହେରା, ରତିକାନ୍ତ ସାହୁ, ମନୋଜ ବେହେରା ସମେତ କ୍ଲବର ସମସ୍ତ ସଭ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଶତାଧିକ ଗରିବ ଖଟିଖିଆ ଲୋକମାନଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଥିଲେ ମୂଖ୍ୟ ଅତିଥି ।




