ଭଦ୍ରକ, ୧/୧/୨୦୨୦ (ସନ୍ଧାନ ନିୟୁଜ) : ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଚାରିଆଡେ ଦେଶବାସୀ ମସଗୁଲ ଥିବା ବେଳେ, ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ନୂଆବର୍ଷ ରାତିରେ ଭୋଜିକୁ ନେଇ ସଙ୍ଘବଦ୍ଧ ଭାବେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଗ୍ରାମରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ଜଳଙ୍ଗା ଗ୍ରାମର ସତ୍ୟବ୍ରତ ଶିଅଳ । ସୂଚନା ଅନୁଯାୟୀ, ଗତକାଲି ରାତିରେ ନୂଆବର୍ଷ ପାଇଁ ଭୋଜି ହେଉଥିବା ବେଳେ ଏହି ଭୋଜିରେ ଗଣ୍ଡଗୋଳ ପରେ ଯୁବକଙ୍କୁ ଲୁହା ରଡ଼ ଓ ବାଡ଼ିରେ ପିଟି ପିଟି ହତ୍ୟାକାଣ୍ଡ କରାଯାଇଛି ।
ରାତି ସମୟରେ ଯୁବକଙ୍କୁ ମାରିଦେବା ପରେ ୟୁକୋ ବ୍ୟାଙ୍କ ବାରଣ୍ଡା ରେ ମୃତ ଶରୀରକୁ ରଖିଦେଇ, ଦୃବୁର୍ତ୍ତମାନେ ତାଙ୍କ ପରିବାର ଲୋକଙ୍କୁ ଡାକିଥିଲେ । ପରେ ପରିବାର ଲୋକ ଯୁବକଙ୍କୁ ମୃତ ଅବସ୍ଥାରେ ପାଇଥିଲେ, ଯୁବକ ଜଣକ ବଞ୍ଚି ଥିବା ଭାବି ପରିବାର ଲୋକ ମେଡିକାଲକୁ ଆଣିଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଦତନ୍ତ ଚଳାଇଛି ।





