୯୨୨କୋଟିର ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

Spread the love
ଭୁବନେଶ୍ୱର, ୨୭/୧୨ (ସନ୍ଧାନ ନିୟୁଜ) : ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ୫ଟି ପ୍ରକଳ୍ପର ୯୨୨ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ସିଙ୍ଗଲୱିଣ୍ଡୋ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଅତିରିକ୍ତ ୨୬୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଶୁକ୍ରବାର ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସିଙ୍ଗଲୱିଣ୍ଡୋ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପର୍ଯ୍ୟଟନ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ ଓ ଆଇଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ
ଖୋର୍ଦ୍ଧା ଜିଲ୍ଲାର ଇନଫୋଭ୍ୟାଲି ସ୍ଥିତ ଇଏମସି ପାର୍କଠାରେ ୧.୪୪ଲକ୍ଷ ବର୍ଗମିଟର କ୍ଷମତା ବିଶିଷ୍ଟ ପ୍ରିଣ୍ଟେଡ୍ ସର୍କିଟ ବୋର୍ଡ (ପିସିବି) ନିମନ୍ତେ ୯୬.୮୦କୋଟି ଟଙ୍କାର ସୂଚନା ପ୍ରଯୁକ୍ତି, ଇଲେକ୍ଟ୍ରୋନିକ ସିଷ୍ଟମ ଡିଜାଇନ୍ ଓ ମ୍ୟାନୁଫାକଚରିଂ ପ୍ରକଳ୍ପ ହେବ। ୪୨୫ ଜଣ ନିଯୁକ୍ତି ପାଇବେ।

ସେହିପରି ଖୋର୍ଦ୍ଧାର ଡେରାସ ସି-ଫୁଡ୍ ପାର୍କଠାରେ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଅତିରିକ୍ତି ୮୫.୯୪ କୋଟି ଟଙ୍କା ନିବେଶ ହେବ। ୫୮୦ଜଣ ପାଇବେ ନିଯୁକ୍ତି। ଏହାଛଡା ଖୋର୍ଦ୍ଧା ଜିଲ୍ଲାରେ ଅବସର ବିନୋଦନ ପାର୍କ ନିର୍ମାଣ ପାଇଁ ଖର୍ଚ୍ଚହେବ ୧୦୭.୧୦କୋଟି। ପ୍ରାୟ ୫୦୦ଜଣଙ୍କୁ ମିଳିବ ନିଯୁକ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଭୁବନେଶ୍ୱରରେ ଏକ ୪ତାରକା ହୋଟେଲ ନିର୍ମାଣ ପାଇଁ ୫୯.୦୮କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।

Related Posts

About The Author

Add Comment