ଷ୍ଟିଲ ସିଟି ରୁ ଟେମ୍ପଲ  ସିଟି : କୁକୁର କାମୁଡ଼ିଲେ ଗଣିବେ 350 ଟଙ୍କା !

Spread the love

ରାଉରକେଲା, ୧୪/୧୨ (ସନ୍ଧାନ ନିୟୁଜ): ରାଉରକେଲାରୁ ରାଜଧାନୀ ଭୁବନେଶ୍ବର । ହସ୍ପିଟାଲରେ ନାହିଁ କୁକୁର କାମୁଡା ଇଞ୍ଜେକ୍ସନ । ଦିନେ କି ଦୁଇ ଦିନ ନୁହେଁ 10ଦିନ ହେଲା ଡାକ୍ତରଖାନାରେ ଇଞ୍ଜେକ୍ସନ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ସରକାରୀ ଡାକ୍ତରଖାନାରେ । ଇଞ୍ଜେକ୍ସନ ନଥିବାରୁ ହାତ ଟେକିଦେଲେ ଡାକ୍ତର । ଶନିବାର ଦିନ ରାଉରକେଲା ସରକାରୀ ଡାକ୍ତରଖାନାରେ କୁକୁର କାମୁଡ଼ା ଇଞ୍ଜେକ୍ସେନ ନ ମିଳିବାରୁ ଉତ୍ତେଜନା ଦେଖାଦେଇଥିଲା । କୁକୁର କାମୁଡ଼ାର ଶିକାର ହୋଇଥିବା ଲୋକ ଏବଂ ତାଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିବା ସହ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ । ମାତ୍ର ତାଙ୍କ କଥା ଶୁଣିବାକୁ କେହିନଥିଲେ । ମାସର ଦ୍ବିତୀୟ ଶନିବାର ହୋଇଥିବାରୁ ହସ୍ପିଟାଲର କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନଥିଲା ।

ତେବେ ଫୋନରେ ରୋଗୀଙ୍କ ସମ୍ପର୍କୀୟ କଥା ହେବାପରେ ସୁପରିଟେଡେଣ୍ଟ ଏ ବାବଦରେ ନିଜର ଅକ୍ଷମତା ପ୍ରକାଶ କରିଥିଲେ । କୁକୁର କାମୁଡ଼ାରେ ରାଉରକେଲା ସରକାରୀ ହସ୍ପିଟାଲକୁ ପ୍ରତିଦିନ 80 ରୁ 100 ଜଣ ରୋଗୀ ଆସୁଥିବାବେଳେ ଏ ବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅସହାୟତା ରୋଗୀଙ୍କୁ ହତାଶ କରିଛି । ସହରରେ ମହାନଗର ନିଗମ କୁକୁରଙ୍କ ଉତ୍ପାତ ରୋକିବାରେ ବିଫଳ ହୋଇଥିବାବେଳେ କୁକୁର କାମୁଡା ଇଞ୍ଜେକ୍ସନ ନ ଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି । ଖାଲି ରାଉରକେଲା ନୁହେଁ ଭୁବନେଶ୍ବରର ପ୍ରମୁଖ ହସ୍ପିଟାଲ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସମାନ ଅବସ୍ଥା । ଫଳରେ ବାଧ୍ୟ ହୋଇ ଲୋକେ ବାହାରୁ ଇଞ୍ଜେକସନ କିଣୁଛନ୍ତି । ଯାହାର ଦାମ ରହୁଛି 350 ଟଙ୍କାରୁ ଊର୍ଦ୍ଧ୍ବ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

image.png
image.png

Related Posts

About The Author

Add Comment