ଆରଏସପିର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୨୦ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Spread the love

ରାଉରକେଲା, ୦୭/୧୨ (ସନ୍ଧାନ ନିୟୁଜ) : ଇସ୍ପାତ କାରଖାନାର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୨୦ର ୫୬ ତମ ବାର୍ଷିକ କ୍ରୀଡା ଡିସେମ୍ବର ୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଆରଏସପି  କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ରାଜ ବୀର ସିଂହ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏହି ଉତ୍ସବରେ ବିତ୍ତ ଓ ଲେଖା ବିଭାଗର ସିଜିଏମ, ଶ୍ରୀ ପ୍ରବୀଣ ନିଗମ, ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ, ଶ୍ରୀ ଅଜୟ କୁମାର ନାୟକ, ସହର ସେବା ବିଭାଗର ଜିଏମ, ଶ୍ରୀ ସି ଜି ରାମାଲିଙ୍ଗମ, ଶ୍ରୀ ମନୋଜ ଅଗ୍ରୱାଲ, ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୨୦ର ଅଧ୍ୟକ୍ଷ, ଡକ୍ଟର ବି କର, ଇସ୍ପାତ ବିଦ୍ୟାମନ୍ଦିରର ଅଧ୍ୟକ୍ଷା, ଶ୍ରୀମତୀ ପୁଷ୍ପା ଖାନୁମ ଉପସ୍ଥିତ ଥିଲେ ।
ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ସିଂହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କ୍ରୀଡାବର୍ଗରେ ଅଂଶଗ୍ରହଣକୁ ନେଇ ଆନନ୍ଦବ୍ୟକ୍ତ କରିଥିଲେ  । ମାନସିକ ଓ ଶାରୀରିକ ଫିଟନେସ ନିମନ୍ତେ କ୍ରୀଡାର ଉପଯୋଗିତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ଏବଂ ପିଲାମାନଙ୍କୁ ଖେଳୁଆଡ ମନୋଭାବ ବଜାୟରଖିବା ପାଇଁ ଆହ୍ୱାନ ଜଣାଇଥିଲେ  ।
ଅତିଥି ମାନେ ମେଧାବୀ ଛାତ୍ରଛାତ୍ରୀ ଓ କ୍ରୀଡାବିତମାନଙ୍କୁ ପୁରସ୍କାର, ରୋଲିଙ୍ଗ ଟ୍ରଫି ଏବଂ ଆଥଲେଟିକ ଚମ୍ପିୟାନ ପୁରସ୍କାର  ପ୍ରଦାନ କରିଥିଲେ । ରାଜାଜି ହାଉସ ଶ୍ରେଷ୍ଠ ହାଉସ ପୁରସ୍କାର ସମେତ ଶ୍ରେଷ୍ଠ ମାର୍ଚ ପାଷ୍ଟ ଦଳ ରୂପେ ଟ୍ରଫି ଲାଭ କରିଥିଲା ।
ପ୍ରାରମ୍ଭରେ ଶିକ୍ଷୟିତ୍ରୀ, ସୁଶ୍ରୀ ବିନୀତା ରାଣୀ ମହାନ୍ତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ, ଡକ୍ଟର କର ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଦ୍ୱାଦଶ ଶ୍ରେଣୀ ଛାତ୍ରୀ ତଥା ହେଡ ଗାର୍ଲ, ସୁଶ୍ରୀ ସିମ୍ରନ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଦ୍ୱାଦଶ ଶ୍ରେଣୀ ଛାତ୍ର ତଥା ହେଡ ବୟ, ଶ୍ରୀ ଯଶୋବନ୍ତ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଶିକ୍ଷା ବିଭାଗର ମ୍ୟାନେଜର, ଶ୍ରୀ ୟୁ ସି ପଟ୍ଟନାୟକ, ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୧୮ର ପ୍ରଧାନ ଶିକ୍ଷୟିତ୍ରୀ, ସୁଶ୍ରୀ ସୁଶ୍ରୀତା ଦାସ, ଶିକ୍ଷା ବିଭାଗର ମ୍ୟାନେଜର, ଶ୍ରୀ କେ କେ ମିଶ୍ର, କ୍ରୀଡା ଶିକ୍ଷୟିତ୍ରୀ, ସୁଶ୍ରୀ ଏସ ଭିକ୍ଟର ଏବଂ ସୁଶ୍ରୀ ପି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୧୮ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଆକର୍ଷକ ଡ୍ରିଲ, ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୱେଷ୍ଟେର୍ଣ୍ଣ ଡାନ୍ସ ଏବଂ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପଞ୍ଜାବୀ ତଡକା ନୃତ୍ୟ ପରିବେଷିତ ହୋଇଥିଲା ।
ଶେଷରେ ଶିକ୍ଷାନୁଷ୍ଠାନର କ୍ରୀଡା ପତାକା ଅବତରଣ କରାଯାଇଥିଲା ଏବଂ କ୍ରୀଡା ପ୍ରତିଯୋଗିତା ଉଦଯାପନୀ ଘୋଷଣା ହୋଇଥିଲା । ଜାତୀୟ ସଙ୍ଗୀତ ଗାନ ସହିତ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Related Posts

About The Author

Add Comment