ଡକାୟତି ଯୋଜନା ଉଦ୍ୟମ ପଣ୍ଡ ; ୪ ଗିରଫ

Spread the love

ଯାଜପୁର, ୫/୧୨ (ସନ୍ଧାନ ନିଉଜ) :  ଯାଜପୁର ଜିଲା ହରିପୁର ମାର୍କେଟରେ ଦୁର୍ବୃତ୍ତମାନେ ଡକାୟତି ଉଦ୍ୟମ କରିଥିଲେ। ଖବର ପାଇ କୁଆଖିଆ ପୁଲିସ ଏହି ଯୋଜନାକୁ ପଣ୍ଡ କରିବସହ ୪ଜଣ ଡକାୟତକୁ ଗିରଫ କରିଛି। ଗିରଫ ଡକାୟତମାନେ ହେଲେ ଯାଜପୁର ଅକରପଡା ଅଞ୍ଚଳର ମନୋଜ ଦାସ, ଲକ୍ଷ୍ମଣ ଦାସ ଓ ପୁଲି କାଠିଆ ଓ ଆସ୍କା ଅଞ୍ଚଲର ଲକ୍ଷମଣା।

ସୂଚନା ଅନୁଯାୟୀ,  ଡକାୟତମାନେ ହରିପୁର ମାର୍କେଟରେ ଡକାୟତି କରିବାକୁ ଯୋଜନା ଚଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ କୁଆଖିଆ ପୁଲିସ ସେଠାରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ସମୟରେ ସେମାନଙ୍କ ନିକଟରୁ ୩ଟି ବାଇକ, ଗୋଟିଏ ଭୁଜାଲି, କଟୁରି, ଲୁହାରଡ଼, ୫ଟି ମୋବାଇଲ ଓ ନଗଦ ୧୨ ହଜାର ୮୪୦ ଟଙ୍କା ଜବତ କରାଯାଇଛି। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

Related Posts

About The Author

Add Comment