ଟ୍ରାଫିକ ଧରପଗଡ ଜୋରସୋର, ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ଫାଇନ

Spread the love

ରାଉରକେଲା,୦୫/୧୨ (ସନ୍ଧାନ ନିୟୁଜ) : ପୁଣି କଡାକଡି ହୋଇଛି ଟ୍ରାଫିକ ନିୟମ । ଆରଟିଓ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମୋଟର ଯାନ ଯାଞ୍ଚ । ରାଉରକେଲା ପୋଲିସ ରିଙ୍ଗରୋଡର ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟ ନିକଟରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଏଥିସହ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ମଧ୍ୟ ସଚେତନା କରାଯାଉଛି ।ଗାଡିର କାଗଜ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଉପରେ ବିଶେଷ ଗୁରୁତ୍ବ ଦିଆଯାଉନଥିବାବେଳେ ହେଲମେଟ ପିନ୍ଧି ଗାଡି ଚଳାଇବା, ଦୁଇ ଚକିଆ ଯାନରେ 3ଜଣ ଯିବା, ମଦ ପିଇ ଗାଡି ଚଳାଇବା, ଦ୍ରୁତଗତିରେ ଗାଡି ଚଳାଇବା ଆଦି ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ଠାରୁ ନୂତନ ମୋଟର ଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯାଉଛି ।

Report- Subodh Nayak

Related Posts

About The Author

Add Comment