କଟକ, ୧୬/୧୧ (ସନ୍ଧାନ ନିଉଜ) : ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ଆସୋସିଏସନ ମାହାଙ୍ଗା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l
ଏହି ଅବସରରେ ଦ୍ରିଷ୍ଟି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରେସ କ୍ଲବ ସଭାପତି ଅଖିଳେଶ ମହାନ୍ତି ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକତା ବୃତିକୁ ଜନକଲ୍ୟାଣ ପାଇଁ ଉପଯୋଗ କରାଯିବା ଓ ଗଣମାଧ୍ୟମ ଉପରେ ରାଜନୈତିକ ଚାପ ଆଦୌ ଗ୍ରହଣୀୟ ନୁହେଁବୋଲି ମତବ୍ୟକ୍ତ କରିଥିଲେ l
ସେହିପରି ବରିଷ୍ଠ ସାମ୍ବାଦିକ ସୀତାନାଥ ସିଂ, ସୁବାଷ ଧଳ, ବିଜୟ ଜେନା, ବିବେକାନନ୍ଦ ଦାସ, ଉମାକାନ୍ତ ଜେନା, ଧନେଶ୍ୱର ସେଠି ଏବଂ ରବିନାରାୟଣ ଦାସ ପ୍ରମୁଖ ଜାତୀୟ ପ୍ରେସ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଲବର ସଦସ୍ୟ ସାମ୍ବାଦିକ ରଶ୍ମି ରଞ୍ଜନ ମହାନ୍ତି, ସୁବାଶିଷ ବସନ୍ତରାୟ, ଶିବାନୀ ସାହୁ, ଯଯାତି ସିଂ, ଅରୁଣ ଲେଙ୍କା,ଅଚ୍ୟୁତାନନ୍ଦ ନାୟକ, ସନ୍ତୋଷ ବାରିକ,ଚକ୍ରଧର ରାଉତ, ସତ୍ୟବ୍ରତ ବାରିକ, ରଞ୍ଜନ ବାରିକ, ଅଶୋକ ସାହୁ, ଏବଂ ସୁରେଶ ବଳ ପ୍ରମୁଖ ଯୋଗଦେଇଥିଲେ l
ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ଆସୋସିଏସନ ମାହାଙ୍ଗା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
|
November 17, 2019 |



