ହାଟଡ଼ିହି ମଠକପୁଣ୍ଡି ଖେଳ ପଡିଆ ନିକଟରୁ ଏକ ସମ୍ବରକୁ ଉଦ୍ଧାର

Spread the love

ହାଟଡ଼ିହି, ୧୩/୧୧ (ସନ୍ଧାନ ନିଉଜ) : ଆଜି ଦିନ ଦୁଇଟାବେଳେ ମଠକପୁଣ୍ଡି ଖେଳ ପଡିଆ ନିକଟରୁ ଏକ ସମ୍ବରକୁ ଉଦ୍ଧାର କରି ସ୍ଥାନୀୟ ଲୋକମାନେ ଜଂଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସମ୍ବରଟି ହଦଗଡ ଜଂଗଲରୁ ପଳାଇ ଆସିଥିବାବେଳେ କୁକୁର ମାନେ ଗୋଡାଇବାରୁ ସେ ନାହାଳିଆ, ଗୋପ ଗାଁ ଦେଇ ମଠ ପଡିଆ ନିକଟକୁ ପଳାଇ ଆସିଥିଲା । ସ୍ଥାନୀୟ ଯୁବକମାନେ ଏହାଦେଖି ବହୁ କଷ୍ଟରେ ସମ୍ବରଟିକୁ ଧରି ଜଂଗଲ ବିଭାଗକୁ ଖବର ଦେଇଥିଲେ । ସମ୍ବରଟି ବାଡ ଡେଇଁବା ସମୟରେ କେତେକ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା । ହଦଗଡ ଏସିଏଫ ପ୍ରଫୁଲ କୁମାର ମଲ୍ଲିକ, ରେଞ୍ଜର ସୁମିତ କୁମାର ମହାନ୍ତି, ଫରେଷ୍ଟର ଡମ୍ବରୁଧର ମହାନ୍ତ, ଅନନ୍ତ ଚରଣ ପରିଡା, ଅଜୟ ସେଠୀ, ବନରକ୍ଷୀ ବାପୁଜି ସାହୁ, କେଦାର ପାତ୍ର, ଦେବସ୍ମୀତା ରାଉତ, ବନ୍ଦିତା ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମ୍ବରଟିକୁ ନେଇ ଚିକିତ୍ସା କରାଇବା ପରେ ହଦଗଡ ଫରେଷ୍ଟ କାର୍ଯ୍ୟାଳୟରେ ରଖିଛନ୍ତି । ସୁସ୍ଥ ହେବାପରେ ଜଂଗଲରେ ଛଡାଯିବ ବୋଲି ରେଞ୍ଜର ସୁଚନା ଦେଇଛନ୍ତି ।

Related Posts

About The Author

Add Comment