ବଢ଼ିଲା ଝିଅକୁ ନେଇ ଭଙ୍ଗା କୁଡିଆରେ ସୀତା: ତାଲିକାରେ ନାମ ଥାଇବି ଆବାସରୁ ବଞ୍ଚିତ

Spread the love

ଯାଜପୁର/ଧର୍ମଶାଳା ୪ ।୧୧ (ସନ୍ଧନ ନିୟୁଜ/ସନ୍ତୋଷ ରାଉତ): ଦେଶରେ କଚ୍ଚାଘର ରହିବ ନାହିଁ । ପ୍ରତ୍ୟେକ ପରିବାରକୁ ମିଳିବ ପକ୍କାଘର । ସେଥିପାଇଁ କେନ୍ଦ୍ର ସରକାର ମୁଠାମୁଠା ଟଙ୍କା ଖର୍ଚ୍ଚ କରୁଛନ୍ତି । ଇନ୍ଦୀରା ଆବାସ ୧୦,୦୦୦ଟଙ୍କା ଠାରୁ ପ୍ରଧାନମନ୍ତ୍ରୀ ଆବାସ ୧,୨୦,୦୦୦ଟଙ୍କାର ଯୋଜନା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଗାଁ ଗାଁରେ ଘର ଯୋଗାଇଦେବା ପରେ ଆଜିବି ଅନେକ ପରିବାର ଏହି ଯୋଜନାରୁ ସୁଫଳ ନପାଇ କଚ୍ଚାଘରେ ମୁଣ୍ଡ ଗୁଞ୍ଜି ରହିବାକୁ ବଧ୍ୟ ହୋଇଛନ୍ତି । ତେବେ ଏହି ଯୋଜନା ଦୀର୍ଘର୍ ବର୍ଷ ଧରି କାର୍ଯ୍ୟକାରୀ ହୋଇଥିଲେ ବି ପ୍ରତ୍ୟେକ ପରିବାର ପାଖରେ କାହିଁକି ପହଞ୍ଚôପାରି ନାହିଁ ଏହି ଯୋଜନାର ସୁଫଳ? କୋଉଠି ରହିଛି ତୃଟି? ଅନେକ ଲୋକମାନଙ୍କ କହିବା କଥା ରାଜନୈତିକ ପକ୍ଷପାତିତାର ଶିକାର ହୋଇ ଅନେକ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ନପାରି ଭାଗ୍ୟକୁ ଆଦରି ରହିଛନ୍ତି । ଅଭିଯୋଗ କଲେ ମଧ୍ୟ ଉପରିସ୍ତ ଅଧରକାରୀମାନେ ଏଥିପ୍ରତି କର୍ଣ୍ଣପାତ ନକରି ତଳିଆ କର୍ମଚାରୀଙ୍କ କଥାରେ ବିଭ୍ରାନ୍ତ ହୋଇ ଅଭିଯୋଗକାରୀ ବା ଆବେଦନକାରୀଙ୍କୁ ନ୍ୟାୟ ପ୍ରଦାନ କରିବାରେ ଟାଳଟୁଳ ନିତି ଆପଣେଇଛନ୍ତି । ଧର୍ମଶାଳା ବ୍ଲକ ପୁରୁଣାବଉଳମାଳ ଗ୍ରାମପଞ୍ଚାୟତର ପୁରୁଣାବଉଳମାଳ ଗ୍ରାମର ସୀତା ବେହେରା ସ୍ୱା- ହାଡିବନ୍ଧୁ ବେହେରା ଦୁଇ ବ ଢ଼ିଲା ଝିଅକୁ ସାଥିରେ ନେଇ ଭଙ୍ଗା ଚାଳଘରେ ରହୁଛନ୍ତି । ସ୍ୱାମୀ ହାଡିବନ୍ଧୁଙ୍କ ବୟସ ୭୦ରୁ ଅଧିକ । ଦୁଇଝିଅ ରଶ୍ମିତା ଓ ଶସ୍ମିତା । ରସ୍ମିତା +୩ ପାଶ କରି ଘରେ ରହିଥିବା ବେଳେ ଶସ୍ମିତା ଜଗନ୍ନାଥଜୀୟୁ ମହାବିଦ୍ୟାଳୟରେ ଏବେ +୩ରେ ଅଧ୍ୟୟନରତ ଅଛି । ପୁତ୍ରପ୍ରାପ୍ତିର ମୋହ ପରିତ୍ୟାଗ କରି ଝିଅମାନେ କିପରି ଶିକ୍ଷିତ ହେବେ ସେଥିପ୍ରତି ଧ୍ୟାନଦେଇ ମୁଲ ମଜୁରୀରୁ ସଞ୍ଚୟ କରି ଜୀବନର ସବୁ ସଞ୍ଚôତ ଧନ ସେମାନଙ୍କ ପାଠ ପଢାରେ ଖର୍ଚ୍ଚ କରିଛନ୍ତି । ଏବେ ହାଡିବନ୍ଧୁର ବୟସ ଅତିକ୍ରାନ୍ତ ହୋଇଥିବାରୁ ମଜୁରୀ ଖଟିବାକୁ ସକ୍ଷମ ନୁହଁନ୍ତି । ବଡ ଝିଅ ଘରୋଇ ଶିକ୍ଷକ ଭାବରେ ୫/୬ପିଲାଙ୍କୁ ଶିକ୍ଷାଦାନ କରି ନିଜର ଓ ପରିବାରର ଭଲମନ୍ଦ ବୁଝୁଛି । ୨୦୦୬ ମସିହାରେ ଇନ୍ଦୀରା ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୨୫,୦୦୦ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା । ଅଭାବି ପରିବାର ପକ୍ଷରେ ଏତେ କମ ଟଙ୍କାରେ ଘର କରିବା ସମ୍ଭବ ହୋଇନଥିଲା । ନିଜର କିଛି ସମ୍ବଳ ିଘରକାମରେ ବିନିଯୋଗ କରିନପାରିବାରୁ ଅଧା ନିର୍ମାଣରେ ଘର ପଡିରହିଛି । ପ୍ରଥମ କିସ୍ତି ବାବଦକୁ ୧୧ ହଜାର ଟଙ୍କା ଉଠାଣ କରି ଅଦାଗଢା ଘରକରି ଆଉ ଆଗକୁ ଘର କାମ କରିପାରିଲେ ନାହିଁ । ତେବେ ସିତା ଏ ସମ୍ବନ୍ଧରେ ପଞ୍ଚାୟତର ତତକାଳିନ କାର୍ଯ୍ୟନିର୍ବାହୀଙ୍କୁ ଜଣାଇ ଏଗାର ହଜାର ଟଙ୍କା ଫେରସ୍ତ କରିବାକୁ ନିବେଦନ କରିଥିଲେ । ଏତେ କମ ଟଙ୍କାରେ ଘର ହୋଇ ପାରିବ ନାହିଁ । ଏବେ ମିଳୁଥିବା ଘରଟିଏ ମିଳିଲେ କିମ୍ବା ତାର ପୁର୍ନାଙ୍ଗ ପାଇଁ କିଛି ଆର୍ଥôକ ସହାୟତା ଦିଆଗଲେ ଉପକୃତ ହୁଅନ୍ତେ ବୋଲି ନିବେଦନ କରିଥିଲେ ହେଁ ତାଙ୍କୁ ଧମକ ଚମକଦେଇ ଘରକାମ ସାରିଦିଅ ଯେତିକି ପାଇଲ ସେତିକି ବୋଲି ରୋକଠୋକ କହିବାରୁ ସେ ଭାଙ୍ଗିପଡି ବାକି ଟଙ୍କା ଉଠାଇ ଘରକାମ ନିମଟାଲ ଉପରେ କାନ୍ଥ ଉଠାଇ ଦେଇଛନ୍ତି । ଏବେ ସେହି ଅଧାଗଢା ଘରେ ସରଶୃପ ବାସ କରୁଛନ୍ତି ସିନା ସିତାଙ୍କ ପାଇଁ ସଏଇଦିନ ଠାରୁ ଛାତଘର ସ୍ୱପ୍ନ ହୋଇ ଯାଇଛି । କେମିତି ପୁରା ହେବ ତାଙ୍କର ଛାତଘର ସ୍ୱପ୍ନ ତାର ଉତ୍ତର ରଖିବେକି ଜିଲାପାଳ ମହୋଦୟ । ଏବିସି ଫର୍ମରେ ୨୦୧୫ ମସିହାରେ ପୁଣି ଥରେ ଘର ପାଇବାକୁ ଆବେଦନ କରିଥିଲେ । ତାଲିକାରେ ତାଙ୍କ ନାମ ରହିଛି କିନ୍ତୁ ତାଙ୍କୁ ମିଳିବନାହିଁ ବୋଲି ସୁଣିବାକୁ ମିଳିଛି । ପୂର୍ବରୁ ଉକ୍ତ ପଂଚାୟତରେ ବହୁ ଥିଲା ବାଲା ଲୋକ ଘର ହାତେଇଥିବାର ଅଭିଯୋଗ ଥିଲା ବେଳେ ଆବଶ୍ୟକତା ଆଧାରରେ ଏହି ପରିବାରକୁ ଘର କାହିଁକି ପ୍ରଦାନ କରାଯିବ ନାହିିଁ? ଜିଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment