ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଶାଳ କାଠ ଜବତ

Spread the love

ଗଜପତି,୨୬/୯ (ସନ୍ଧାନ ନିୟୁଜ) ଆନ୍ଦ୍ରକୁ ଚୋରା ଶାଳକାଠ ଚାଲଣ ହେଉଥିବା ବେଳେ ଏକ କାଠ ବୋଝେଇ ପିକ୍ ଆପ ଭ୍ୟାନରେ ଜବତ କରାଯାଇଛି। ଜବତ ଶାଳ କାଠର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ପାରଳାଖେମୁଣ୍ଡି ଦେବଗିରି ରେଞ୍ଚର ଅଧିକାରୀ ଏମ୍ ନରସିଂହ କହିଛନ୍ତି। ଏ ଘଟଣାରେ ପିକ୍କପ ଡ୍ରାଇଭର ସମେତ 6 ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨ଟି ମୋବାଇଲ ଓ ଗୋଟିଏ ମଟର ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଚର ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ ଗତ କାଲି ଅପରାହ୍ନରେ ଗୁମ୍ମା -ଗାଇବାରେ ପାରଳାଖେମୁଣ୍ଡି ରେଞ୍ଚର ଅଧିକାରୀ ପେଟ୍ରୋଲିଂ କରୁଥିବା ବେଳେ ଏକ କାଠ ବୋଝେଇ ପିକ୍ ଆପ ଅଟକାଇଥିଲେ ।ଗାଡିର କାଗଜପତ୍ର ଯାଞ୍ଚବେଳେ ଶାଳ କାଠର କୈାଣସି କାଗଜପତ୍ର ନଥିଲା ତେଣୁ ସେମାନଙ୍କୁ ଅଟକାଇ ରଖାଯାଇଥିଲା।

ରିପୋର୍ଟ – ପ୍ରଭାତ କୁମାର ପାତ୍ର

Related Posts

About The Author

Add Comment