ଯାଜପୁର ଜିଲ୍ଲା ସତ୍ୟସାଇବେଦ ପ୍ରଶିକ୍ଷଣ କର୍ମଶାଳା

Spread the love

ଧର୍ମଶାଳା ୨୩/୯ (ସନ୍ଧାନ ନିୟୁଜ) ଓଡିଶା ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ଯାଜପୁର ଜିଲ୍ଲାସ୍ତରୀୟ ବେଦ ପ୍ରଶିକ୍ଷଣ କର୍ମଶାଳା ଜାରକା ସ୍ଥିତ ସାଇମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜିଲ୍ଲା ସତ୍ୟସାଇ ସେବା ସଂଗଠନର ସଭାପତି ଆବାସ କୁମାର ମଜୁମ୍ଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ବେଦିକ୍ ସଂଯୋଗିକ ଶିବାନନ୍ଦ ପଣ୍ଡା, ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ପ୍ରଭାତ କୁମାର ତି୍ରପାଠୀ, ସୁନିଲ କୁମାର ପଣ୍ଡା ଯୋଗ ଦେଇ ବେଦ ପ୍ରଶିକ୍ଷଣରେ ଗଣପ୍ରତି ପ୍ରାର୍ଥନା, ନମ୍କମ୍ , ଚମ୍କମ୍ ପୁରୁଷ ସୁକ୍ତମ୍ ର ଉପଦେୟଣ ଉପରେ ଆଲୋଚନା କରିଥିଲେ, ପରେ ପରେ ଭଗବାନ ଶ୍ରୀ ସତ୍ୟସାଇ ବେଦକୁ କିପରି ଦୈନ୍ୟଦିନ ଜୀବନରେ ପାଳନ କରିବା ଉପରେ ମୁଖ୍ୟ ଅତିଥି ସମ୍ଭାଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ୯ ଗୋଟି ସମିତି ଓ ୪୦ ଟି ଭଜନ ମଣ୍ଡଳୀର ଶତାଧିକ ଭାଇ ଓ ଭଉଣୀମାନେ ଯୋଗଦେଇଥିଲେ । ଏହି ଦିନ ଭୋର ସାଢ଼େ ୪ଟା ରୁ ଓଁ କାରମ୍ ସୁ ପ୍ରଭାତମ୍ ନଗର ସଂକୀର୍ତନ ବେଦ ପ୍ରାର୍ଥନା, ସ୍ୱାଗତ ସଂଗୀତ, ସ୍ୱାଗତଗୋଟି ସାମୂହିକ ଭଜନ ପରିବେଷଣ କରାଯାଇଥିଲା । ଆବାହକ ପବିତ୍ର ମୋହନ ବିଶ୍ୱାଳ କୃତଜ୍ଞତା ଜଣାଇଥିବା ବେଳେ ରାଜ୍ୟ ସତ୍ୟସାଇ ସେବା ସଂଗଠନର ଟ୍ରଷ୍ଟସଦସ୍ୟ ରଶ୍ମିରଞ୍ଜନ ରାୟ ମଙ୍ଗଳା ଆରତୀ ଅର୍ପଣ କରିଥିଲେ । ପ୍ରଶିକ୍ଷଣ କର୍ମଶାଳାକୁ ଜିଲ୍ଲାବେଦ ଯୁବସଂଯୋଜକ ସୁଦର୍ଶନ ଦାସ, ନିରଂଜନ, ଯତୀନ୍ଦ୍ର ମୋହନ ଦାସ, ବଟକୃଷ୍ଣ ମଲ୍ଲିକ, ଅର୍ଜୁନ ଚରଣ ରାଉତ, ଅକ୍ଷୟ ବେହେରା, ସୁଶାନ୍ତ କୁମାର ନାୟକ, ଅରୁନ୍ଧତୀ ସାହୁ, ଶୁଭମ୍ ଦାସ୍, ପ୍ରତିମା ସାହୁ, ବାସନ୍ତୀ ବିଶ୍ୱାଳ ସମେତ ସମିତିର ସମସ୍ତ ଭାଇ ଓ ଭଉଣୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment