ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

Spread the love

ରାଉରକେଲା ୪/୯ (ସନ୍ଧାନ ନିଉଜ)  : ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ୨ ଦିନିଆ ରାଉରକେଲାରେ ରହଣି ସମୟରେ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ରାରଉକେଲା ହାଉସଠାରେ ପୁର୍ବତନ ବିଧାୟକ ରବି ଦେହୁରୀ, ଆମ୍କୋ-ସିମ୍କୋ ଶହୀଦ ସ୍ମାରକୀ କମିଟିର ଯୁଗ୍ମ-ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ, ସମାଜସେବୀ ରଂଜୁ ମହାନ୍ତି, ଯୁବନେତା ଅନିରୁଦ୍ଧ ସ୍ୱାଇଁ ଓ କୈଳାସ ଦାସ ପ୍ରମୁଖ ମନ୍ତ୍ରୀଙ୍କ ସହ ୨୩ନଂ ଜାତୀୟ ରାଜପଥର ପ୍ରଶସ୍ତୀ କରଣ ବେଳେ ଦେଓଗାଁ ଧବଳେଶ୍ୱର ମହାଦେବ ମନ୍ଦିରର ସୁରକ୍ଷା, ବେଦବ୍ୟାସ ଛକରେ ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ପ୍ରତିମୂର୍ତୀ ସ୍ଥାପନ, ଆମ୍କୋ-ସିମ୍କୋରେ ଲୋକାଦୃତ କାର୍ଯ୍ୟକ୍ରମ ସହ ସୈାନ୍ଦର୍ଯୀ କରଣ, କୁଆଁରମୁଣ୍ଡା ବ୍ଳକର ସର୍ବଙ୍ଗୀନ ବିକାଶ ଓ ବ୍ଳକରେ ଦକ୍ଷ ଅଫିସର ନିଯୁକ୍ତି ଓ ବିରମିତ୍ରପୁର ଅଂଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ମନ୍ତ୍ରୀ ଶ୍ରୀଯୁକ୍ତ ମାରାଣ୍ଡି ସମସ୍ତ ବିଷୟ ଶୁଣିବା ପରେ ନିର୍ମଳ ମୁଣ୍ଡା ଓ ବିର୍ସା ମୁଣ୍ଡା ବ୍ରିଟିସ ମାନଙ୍କ ବିରୁଦ୍ଧରେ ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ପ୍ରାଣବଳୀ ଦେବା ସର୍ବଦା ଈତିହାସ ପୃଷ୍ଠାରେ ସ୍ମରଣୀୟ ହୋଇ ରହିବ । ଆମ୍କୋ-ସିମ୍କୋ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରୁପେ ପରିଗଣିତ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ । ଶ୍ରୀ ଦେହୁରୀଙ୍କ ଅନୁରୋଧ କ୍ରମେ ଦେଓଗାଁ ଧବଳେଶ୍ୱର ମନ୍ଦିରର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ଏବଂ ଏଥିପାଇଁ ସେ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବେବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମାରାଣ୍ଡି କହିଥିଲେ ।

Report- S Nayak

Related Posts

About The Author

Add Comment