ଚୋରାମଦମୁକ୍ତ ପଂଚାୟତ ପାଇଁ ରାସ୍ତାରେ ଶୋଇରହିଲେ ମହିଳା

Spread the love

ଭଦ୍ରକ, ୨/୯ (ସନ୍ଧାନ ନିୟୁଜ/ରମେଶ ନାୟକ) – ଦିନକୁ ଦିନ ଉକôଟ ହେଉଛି ଚୋରାମଦର କାରବାର । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଂଚଳ ହେଉ ଅଥବା ବାସୁଦେବପୁରର ପାରାପୋଖରୀ ହେଉ ଚେରା ବିଶାକ୍ତ ମଦ ପାଇଁ ଅକାଳରେ ଝରିପଡୁଛି ଜୀବନ । ବେସାହାରା ହେଉଛି ପରିବାର । ଅଭିଯୋଗ ଆଣିଲେ ଶୁଣୁନି ପ୍ରଶାସନ । ହାତବାନ୍ଧି ବସିଛି ଅବକାରୀ ବିଭାଗ । ଅପରପକ୍ଷରେ ରାଜ୍ୟରେ ମଦ ବିକ୍ରୀ କର , ପୁରଷ୍କାର ନିଅ ନାରାରେ ଚାଲିଛି ଅବକାରୀ ବିଭାଗ । ସ୍ୱୀକୃତୀପ୍ରପ୍ତ ମଦ ବେପାରୀଙ୍କ ମଧ୍ୟରେ ଚାଲିଛି ଏକରକମ ପ୍ରତିଯୋଗୀତା । ନିଜ କାରବାର ବଢାଇବା ଲକ୍ଷ୍ୟରେ ଶିକାର କରୁଛନ୍ତି ଗ୍ରାମାଂଚଳ କେତେକ ବେକାରଯୁବକମାନଙ୍କୁ । ଗ୍ରାମାଂଚଳର ପାନ ଦୋକାନ ଠାରୁ ଆରମ୍ଭ କରି ରେସନ ଦୋକାନରେ ସହଜରେ ମିଳିପାରୁଛି ଚୋରା ବିଶାକ୍ତ ମଦ । ଯାହାଫଳରେ ପଥଭ୍ରଷ୍ଟ ହେଉଛି ଯୁବ ସମାଜ । ନିଶାସକ୍ତ ଅବସ୍ଥାରେ ସାମାଜିକ ଚାଲିଚଳଣିରେ ଆସୁଛି ପରିବର୍ତନ । ବଢୁଛି ଅପରାଧ । ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧିନ ଇରମ ଗ୍ରାମ ପଂଚାୟତର ସତ୍ୟସାଇସେବା ସଂଗଠନ ଠାରେ ଜଣେ ମହିଳା ମଦ ମୁକ୍ତ ପଂଚାୟତ ଦାବୀରେ ରାସ୍ତାରେ ଶୋଇଥିବାର ଦେଖିବାକୁ ମିଳିଥିବା ବେଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମହିଳାଙ୍କ ହୋଇଥିଲେ ସାମିଲ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବରଲେଖାହେବା ବେଳକୁ ଘଟଣାସ୍ଥଳରେ କୈାଣସି ପ୍ରଶାସନିକ ଅଧିକାରୀ ପହଂଚିପାରିନଥିଲେ । ଏଠାରେସୂଚନା ଦିଆଯାଇପାରେ ରାସ୍ତାରେ ଶୋଇଥିବା ମହିଳାଙ୍କ ସ୍ୱାମୀ ଓ ପୁଅ ଚୋରାମଦ ଦୋକାନରୁ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରେ ପହଂଚିବା ପରେ ପାଟିତୁଣ୍ଡ ଲାଗିରହୁଥିଲେ । ଯାହା ମହିଳା ଜଣକ ସହଜରେ ଗ୍ରହଣ କରିପାରୁନଥିଲେ । ଗୋଟିଏ ନୁହେଁ କି ଦୁଇଟା ନୁହଁ ଆଖପାଖ ଅଂଚଳରେ ଡର୍ଜନ ପାଖାପାଖି ରହିଛି ଚୋରା ମଦଦୋକାନ । ସାହୀପଡିଶାରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇ ଶେଷରେ ଏପ୍ରକାରର ପ୍ରତୀକ ଧାରଣା ଦେଇଥିଲେ ମହିଳା । ଏପରି ଚିନ୍ତାଧାରା ସହ ସାହସିକତାକୁ ସାବାସି ଦେଇଛନ୍ତି ସ୍ଥାନୀୟ ଜନସାଧାରଣ । ତେବେ ଆଗାମୀ ଦିନରେ ଚୋରାମଦ ମୁକ୍ତ ପଂଚାୟତ ଦାବୀକୁ ନେଇ ପ୍ରଶାସନ କିପ୍ରକାରର ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment