ଚିଲିକାରେ ଡଙ୍ଗା ବୁଡ଼ିବା ଘଟଣା: ୩ ମୃତ୍ୟୁ ,୨ ନିଖୋଜ, ୧୧ ଜଣଙ୍କୁ ଭୁବନେଶ୍ୱର ଓ ବ୍ରହ୍ମପୁର ସ୍ଥାନାନ୍ତର

Spread the love
  • 15
  •  
  •  
  •  
  •  
    15
    Shares

ଭୁବନେଶ୍ୱର/ଖୋର୍ଦ୍ଧା (ସନ୍ଧାନ ନିଉଜ): ଏସିଆ ମହାଦେଶର ବୃହତ୍ତମ ଲୁଣି ପାଣି ହ୍ରଦ ତଥା ମରାଳ ମାଳିନୀ ‘ଚିଲିକା ହ୍ରଦ’ରେ ଶନିବାର ସନ୍ଧାରେ ଏକ ପର୍ଯ୍ୟଟକ ଡଙ୍ଗା ବୁଡ଼ି ଯିବା ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ଜଣେ ନାବାଳିକା ଶ୍ରଦ୍ଧାଞ୍ଜଳିର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରାତିରେ ତା’ର ମା’ର ମୃତସେହ ଉଦ୍ଧାର ହୋଇଛି। ଶ୍ରଦ୍ଧାଞ୍ଜଳିର ବାପା ରବି ନାରାୟଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଓଡ୍ରାଫ ଟିମ୍‌ ଓ ଦମକଳ ବାହିନୀ ସମୁଦାୟ ୧୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଏପର୍ଯ୍ୟନ୍ତ ୨ଜଣ ନିଖୋଜ ଅଛନ୍ତି। ଘଟଣାସ୍ଥଲରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଅଛନ୍ତି। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେଥିରୁ ୨ଜଣଙ୍କୁ ଭୁବନେଶ୍ୱର ଓ ଅନ୍ୟ ୨ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରୁ ପ୍ରାୟ ୧୬ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ଡଙ୍ଗା ଆଜି ଅପରାହ୍ନ ୩ଟାରେ ମାଁ କାଳିଜାଇ ମନ୍ଦିର ଯାଇଥିଲା। ଏମାନେ ସମସ୍ତେ ମାଁ କାଳିଜାଇଙ୍କ ଦର୍ଶନ ସାରି ସନ୍ଧ୍ୟା ୫ଟାରେ ବାଲୁଗାଁ ଫେରୁଥିବା ବେଳେ, ମନ୍ଦିର ଠାରୁ ପ୍ରାୟ ୨ କିଲୋମିଟର ଦୂରରେ କାଳବୈଶାଖୀ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସମସ୍ତ ପର୍ଯ୍ୟଟକ ପାଣିରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରୁ ଓଡ୍ରାଫ ଟିମ୍‌ ଓ ବାଲୁଗାଁ ଦମକଳ ବାହିନୀର କର୍ମଚାରୀମାନେ ୮ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ନିଖୋଜ ହୋଇ ଯାଇଥିଲେ। ପରେ ଜଣେ ନାବାଳିକା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ମୃତକଙ୍କ ନାମ
ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ତିନିସରା ଗାଁର ପ୍ରମୋଦିନୀ ଦାସ, ରବିନାରାୟଣ ଦାସଙ୍କ ଝିଅ ଶଦ୍ଧ୍ରାଞ୍ଜଳୀ ଦାସ(୮) ଏବଂ ସୁଧାଂଶୁ ଦାସ(୯)

ରିପୋର୍ଟ ଲେଖାଯିବା ବେଳକୁ ଓଡ୍ରାଫ ଟିମ୍‌ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚିଛି। ଡଙ୍ଗାରେ ନୟାଗଡ, ରଣପୁର, ବାଲୁଗାଁ ଓ ଭୁବନେଶ୍ୱରର ପର୍ଯ୍ୟଟକ ଥିଲେ।

 

ମୁଖ୍ୟମନ୍ତ୍ରୀ ଜଣାଇଲେ ଶୋକ

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ ଜଣାଇଛନ୍ତି। ଏଥି ସହିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଗୁରୁତରଙ୍କୁ ମାଗଣାରେ ଚିକିତ୍ସା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ନବୀନ ଏସ୍‌ଆରସି, ଖୋର୍ଦ୍ଧା ଓ ଗଞ୍ଜାମ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

  • 15
    Shares

Related Posts

About The Author

Add Comment