ଆସୁଛି ଭାଇ ଭଉଣୀଙ୍କ ସୀମାହୀନ ସେହ୍ନର ପ୍ରତୀକ ‘ରାକ୍ଷୀପୂର୍ଣ୍ଣିମା’

Spread the love

ରାଉରକେଲା:୦୯/୮(ସନ୍ଧାନ ନିଉଜ) : ଆସୁଛି ଭାଇ ଭଉଣୀଙ୍କ ସୀମାହୀନ ସେହ୍ନର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା । ଗୋଟିଏ ଦିନରେ ପଡ଼ୁଛି ପବିତ୍ର ରକ୍ଷା ବନ୍ଧନ ଏବଂ ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ ସ୍ମାଧୀନତା ଦିବସର ସ୍ୱାଧୀନ ଭାରତରେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ । ରାକ୍ଷୀକୁ ଆଉ ମାତ୍ର ସପ୍ତାହେ ବାକି ଥିବା ବେଳେ,ଏବେ ଠାରୁ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଏହି ପର୍ବକୁ ପାଳନ କରିବା ପାଇଁ ଉସôାହ ପ୍ରକାଶ ପାଇଛି । ବଜାରରେ ରାକ୍ଷୀ ଓ ଜାତୀୟ ପାତାକାର ଚାହିଦା ସର୍ବାଗ୍ରେ ରହିଛି । ଏହାକୁ ରାଉରକେଲାର ବିଭିନ୍ନ ଅଂଚଳରେ ରଙ୍ଗବେରଙ୍ଗ ରାକ୍ଷୀ ଦୋକାନ ଖୋଲିବା ଦେଖିବାକୁ ମିଳିଛି । ପ୍ରତିଦିନ ସନ୍ଧ୍ୟାରେ ରାକ୍ଷୀ କିଣିବା ଲାଗି ଅଂଚଳର ମହିଳା ଓ ଯୁବତୀମାନେ ଦୋକାନ ଆଗରେ ଭିଡ଼ ଜମାଇବା ଏବେ ଠାରୁ ଆରମ୍ଭ କଲେଣି । ରାକ୍ଷୀ ବାର୍ତା ନେଟ ମାଧ୍ୟମରେ ପଠାଇବା ଲାଗି ବିଭିନ୍ନ ନେଟ ପାର୍ଲରରେ ମଧ୍ୟ ଗହଳି ପରିଲକ୍ଷିତ ହେଉଛି ।
ସାମାଜିକ ଗଣମାଧ୍ୟମ ଯେପରି ଫେସବୁକ ,ହ୍ୱାଟସଅପ ଓ ଟ୍ୱିଟର ଜରିଆରେ ଯୁବ ପିଢି ରାକ୍ଷୀ ବାର୍ତା ପଠାଉଛନ୍ତି । ବିଭିନ୍ନ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ନୂତନ ଡ଼ିଜାଇନର ରାକ୍ଷୀ ବିକ୍ରି ଜୋର ଧରିଛି । ରାକ୍ଷୀର ସର୍ବନିମ୍ନ ଦାମ ୫୦ ଟଙ୍କାରୁ ୨୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ବିଶେଷ କରି ସ୍ପଂଜ,ଷ୍ଟୋନ,ଫୁଲ,ଚାନ୍ଦି ରାକ୍ଷୀ ବେଶି ପରିମାଣରେ ବିକ୍ରି ହେଉଛି ବୋଲି ଦୀର୍ଘଦିନ ଧରି ଟ୍ରାଫିକଗେଟ ଅଂଚଳରେ ବେପାର କରୁଥିବା ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି । କୁନି ଭଉଣୀ ମାନେ ସେମାନଙ୍କ ଭାଇ ମାନଙ୍କ ପାଇଁ ବିଭିନ୍ନ ପ୍ରକାର କୈତୁକିଆ ରାକ୍ଷୀ ଯେପରି ଛୋଟା ଭୀମ,ସ୍ପାଇଡ଼ର ମ୍ୟାନ ଆଦି କ୍ରୟ କରୁଥିବା ଦେଖିବାକୁ ମିଳୁଛି । ରାଉରକେଲା ଅଂଚଳରେ ବର୍ଷ ବର୍ଷ ଧରି ଏହି ରାକ୍ଷୀ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାରର ଡ଼ିଜାଇନର ରାକ୍ଷୀ ପାଇକାରୀ ଦରରେ କୋଲକତାରୁ ଆଣୁଥିବାବେଳେ,ଅନ୍ୟ ରିଟେଲର ଦେକାନୀ ମାନେ ରାଉରକେଲା ଡ଼େଲିମାର୍କେଟ,ଇସ୍ପାତମାର୍କେଟରୁ ରାକ୍ଷୀ କିଣି ଏଠାରେ ବିକ୍ରି କରୁଛନ୍ତି । ସ୍ଥାନୀୟ ଟିମ୍ବର କଲୋନୀରେ ରହୁଥିବା ବୁତୁରୁ ନାମକ ଯୁବକଙ୍କ କହିବା ଅନୁଯାୟୀ ଏହି ପର୍ବକୁ ଜଣେ ଭଉଣୀ ବହୁଦିରୁ ଅପେକ୍ଷା କରି ରହିଥାଏ । ଏବେ ଖାଲି କେବଳ ଅପେକ୍ଷା !

Related Posts

About The Author

Add Comment