ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା-ବନ୍ୟା, ଜଳବନ୍ଦୀ ହେଲେ ଶତାଧିକ ପରିବାର

Spread the love

ଭୁବନେଶ୍ୱର, ୭/୮ (ସନ୍ଧାନ ନିଉଜ) : ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶତାଧିକ ପରିବାର ପାଣିଘେରରେ ଥିବା ବେଳେ, ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଦିଆଯାଉଛି।

ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆଜି କନ୍ଧମାଳରେ ୧୮୩.୨ ମିଲିମିଟର, ରାୟଗଡ଼ାରେ ୧୬୩.୪ ମିଲିମିଟର, ମାଲକାନଗିରିରେ ୧୨୯.୩ ମିଲିମିଟର, କୋରାପୁଟରେ ୧୧୩.୯ ମିଲିମିଟର, କଳାହାଣ୍ଡିରେ ୧୦୯.୪ ମିଲିମିଟର ଓ ଗଂଜାମରେ ୧୦୪.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ୩୮୨.୬ ମିଲିମିଟର, ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ୩୧୭.୪ ମିଲିମିଟର ଓ କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଳକରେ ୩୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ୭ଟି ବ୍ଲକରେ ୨୦୦-୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ୬୭ଟି ବ୍ଲକରେ ୧୦୦ ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି।

Related Posts

About The Author

Add Comment