ବୈପାରୀଗୁଡା ବିଡ଼ିଓ ଆଖି କଣା; ଗରିବଙ୍କ ପାଇଁ ଆବାସ ଯୋଜନା ପାଲଟିଛି ସାତସପନ

Spread the love

ବୈପାରିଗୁଡା, ୨୩/୭ (ସନ୍ଧାନ ନିୟୁଜ ) ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହି ଯୋଜନା ଅନେକ କ୍ଷେତ୍ରରେ କିପରି ବିଫଳ ହୋଇଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି  ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୈପାରିଗୁଡା ପଞ୍ଚାୟତର ଝଡ଼ିଗୁଡା ଗ୍ରାମର ଗୋରା ପ୍ରଧାନୀ ଏବଂ ବୈପାରିଗୁଡା ବ୍ଳକ ଅନ୍ତର୍ଗତ କୋଲାର ପଞ୍ଚାୟତ ର ରେଙ୍ଗାଲିଗୁଡା ଗ୍ରାମବାସିନ୍ଦା ହେଉଛନ୍ତି କୁସୁମା ତଲିଆ । ସେ ଜଣେ ଦିନ ମଜୁରିଆ । ତେବେ ଭଲ ଘର ଖଣ୍ଡିଏ ନ ଥିବାରୁ ପରିବାରବାସୀଙ୍କ ଦିନ ବିତୁଛି ଝାଟିମାଟି, ନୁଆଁଣିଆ ଚାଳଛପର ଘରେ। ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ଏହି ପରିବାରକୁ ଅଦ୍ୟାବଧି ବାସଗୃହଟିଏ ମିଳିପାରିନାହିଁ। ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଗୃହ ନିର୍ମାଣ ନିମନ୍ତେ ଏହି ପରିବାର ପ୍ରତି ବ୍ଲକ ପ୍ରଶାସନର କିପରି ଦୃଷ୍ଟିପଡ଼ିନି ସେ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି।ଏହି ୨ଜଣ ବୃଦ୍ଧ ଏବଂ ବୃଦ୍ଧା ସରପଞ୍ଚଙ୍କଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ପକ୍କାଘରଟିଏ ପାଇଁ ବାରମ୍ବାର ଆବେଦନ କରି ଆସୁଛନ୍ତି କିନ୍ତୁ ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗୋରା ପ୍ରଧାନୀ ଏବଂ କୁସୁମା ତଲିଆ ।ବୈପାରିଗୁଡା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ପ୍ରଦାନପୂର୍ବକ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment