ମଧୁପୁରଗଡରେ ରଥଯାତ୍ରା ପାଳିତ
ଗଡମଧୁପୁର ୪/୭ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ ପଂଚାୟତରେ ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ରଥ ମଧୁପୁରଗଡ ବଡଦାଣ୍ଡରେ ଗଡି ଗଡି ଯାଇ ରାଜବାଟିଠାରେ ଥିବା ମାଉସି ମା,ମନ୍ଦୀର ପାଖରେ ପହଞ୍ଚôଯାଇଛି । ଅପରାହ୍ନ ୪ଟା ସୁଧା ପାରମ୍ପରିକ ରିତି ନିତି ଅନୁଯାଇ ପ୍ରଥମେ ବଳଭଦ, ଶୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁଙ୍କୁ ପହଣ୍ଡକରି ରଥରେ ବିଜେ କରାଯାଇଥିଲା । ରଥରେ ଜୀୟୁମାନଙ୍କର ପୁଜାର୍ଚ୍ଚନା କରାଯିବା ପରେ ମଧୁପୁରଗଡର ରାଣିମା ଅପର୍ଣ୍ଣାଧିର ସିଂ ଭରଦ୍ୱାଜ ଛେରାପହଁରା କର୍ମ ସମାପ୍ତ କରିଥିଲେ । ରାଜାଘର ମ୍ୟାନେଜର ଜଗନ୍ନାଥ ବଳ ଚାମର ସେବକ ଭାବରେ ପ୍ରଭୁଙ୍କର ସେବା କରିଥିଲେ । ସଂକୀର୍ତ୍ତନ,ଘଣ୍ଟନାଦ,ହୁଳାହୁଳି ହରିବୋଲ ଧ୍ୱନି ମଧ୍ୟରେ ପ୍ରଭୁଙ୍କର ରଥ ଆଗକୁ ବଢିଥିଲା । ରଜ ପୁରୋହିତ ନିଳାମ୍ବର ପତିଶର୍ମା ସେବକ ବ୍ରାହ୍ମଣ ଟୁନା ପଣ୍ଡା ପ୍ରମୁଖ ରଥ ଉପରେ ତିନି ଜୀୟୁଙ୍କର ସେବା ପୁଜା କରିଥିଲେ । ଜେନାପୁର ଥାନାର ଭରପ୍ରାପ୍ତ ଥାନାଧିକାରୀ ଶୁସାନ୍ତ କୁମାର ଦାସ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।
Report- Prasanta Samal
Related Posts
About The Author