ଧୋତି ଲଗାଇ କୀଡୀନ ରୋଗୀଙ୍କ ଆତ୍ମହତ୍ୟା

Spread the love
ଗଂଜାମ ୩/୭ (ସନ୍ଧାନ ନିୟୁଜ ) ହିଞିଳି ଥାନା ଅଞ୍ଚଳର ଶିକିରି ଋଷିକୁଲ୍ୟା ନଦୀ ନିକଟସ୍ଥ ଜନସ୍ୱାସ୍ଥ ବିଭାଗ ପମ୍ପ ହାଉସ ଠାରେ ଜଣେ ବ୍ୟକ୍ତି ବୁଧବାର ପିନ୍ଧା ଧୋତି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଜଣାପଡିଛି। ମୃତକ ଜଣକ ହେଲେ ହିଞିଳି ସାନ ସାହିର ଭଡାଟିଆ ଦେବ ଦାସ । ମୃତ ଦେବଙ୍କ ଘର କୋଦଳା ସହରରେ ହୋଇଥିବା ବେଳେ ପେସାରେ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ ଦୀର୍ଘ ବର୍ଷ ଧରି ହିଞିଳିରେ ରହୁଥିଲେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ଦେବଙ୍କ ସ୍ତ୍ରୀ ପ୍ରଭା କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ଗତ ଦେଡ ମାସପୁର୍ବେ ଆରପାରିକୁ ଚାଲି ଯାଇଥିଲେ । ସେତେବେଳେ ଦେବ ବହୁଦିନ ଧରି କେଉଁ ଆଡେ ଚାଲି ଯାଇଥିବାରୁ ଘଟଣା ବେଳେ ଉପସ୍ଥିତ ନଥିଲେ। ଗତ ୧୫ ଦିନ ପୂର୍ବେ ସେ ହିଞିଳି ଆସି ଏକମାତ୍ର ପୁଅ ସିଲୁଙ୍କ ସହ ମିଶି ରହୁଥିଲେ।

କିନ୍ତୁ ସେ ମଧ୍ୟ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ଅଭାବ ଗ୍ରସ୍ତ ଥିଲେ ବୋଲି ସାହି ପଡୋଶୀଙ୍କ ଠାରୁ ସୂଚନା ମିଳିଛି। ଗତ କାଲି ସନ୍ଧ୍ୟାରୁ ସେ କେଉଁଆଡ଼େ ଚାଲି ଯାଇଥିବା ବେଳେ ଆଜି ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ପମ୍ପ ହାଉସ ନିକଟରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ଏନେଇ ହିଞିଳି ଥାନାରେ ୧୪/୧୯ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଗ୍ରାମ ଠାରୁ ବହୁ ଦୂରରେ ଏଭଳି ଘଟଣା ଘଟି ଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନାହିଁ। ରୋଗାଗ୍ରସ୍ତ ହୋଇ ମୃତବରଣ କରିଥିବା ଦମ୍ପତିଙ୍କ ଏକମାତ୍ର ପୁଅଙ୍କୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

Related Posts

About The Author

Add Comment