କାନ୍ଥ ପଡି ୨ମୃତ, ଜଣେ ଗୁରୁତର
|
June 24, 2019 |


କୁଳାଙ୍ଗ ଗ୍ରାମର ବନମାଳୀ ସାହୁଙ୍କ ପୁରୁଣା ମାଟି ଘର ଭାଙ୍ଗିବାକୁ ବାଲିପାଟଣା ଗ୍ରାମର ଚନ୍ଦନ ଲେଙ୍କା(୨୬) ଏବଂ ବିଷ୍ଣୁ ନାଥଙ୍କ ପୁଅ ପଂଚୁଆ ନାଥ (୨୬) ଆସି ପଂହିଥିବା ପରେ ଉଭୟ ଏବଂ ଘରର ମାଲକ ବନମାଳୀ ମିଶି ଘର ଭାଙ୍ଗୁଥିଲେ । ଏହି ସମୟରେ ଘରର କାନ୍ଥ ସେମାନଙ୍କ ଊପରେ ବୁଷୁଡି ପଡିଥିଲା । ଫଳରେ ଘଟଣାସ୍ଥଳରେ ସେମାନେ ଚାପି ହୋଇଯାଇଥିଲେ । ପରିବାର ଲୋକେ ଏବଂ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରିଥିବା ବେଳେ ସେଠାରେ ଡାକ୍ତର ବନମାଳୀ (୬୦) ଏବଂ ଏବଂ ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ଗରିବ ପରିବାରର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।