ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା

Spread the love

ବାରିପଦା ୨୨/୫ (ସନ୍ଧାନ ନିୟୁଜ) : ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କର ଉନ୍ମତ କାଣ୍ଡ। ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛି ବାରିପଦା ସଦରଥାନା ଅନ୍ତର୍ଗତ ତାଡକିଶୋଳ ଗ୍ରାମର ଶ୍ୟାମ ମାରାଣ୍ଡି।ବାରିପଦାର ତାଡ଼କିଶୋଳ ଗାଁର ଶ୍ୟାମ ବିଳମ୍ବିତ ରାତିରେ ୨ ପତ୍ନୀଙ୍କୁ ହତ୍ୟା କରି ପାଖରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଥିବାର ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ତେବେ ଶ୍ୟାମଙ୍କ ଶଳା ଥାନାରେ ଅଭିଯୋଗ କରିଛନ୍ତି ଯେ ଏହି ତିନିଜଣଙ୍କ ମୃତ୍ୟୁ ପଛରେ ଆଉ କାହାର ହାତ ରହିଛି ତିନିଜଣଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର ହୋଇଯାଇଥିବାର ଶ୍ୟାମଙ୍କ ଶଳା ଏତଲାରେ ଦର୍ଶାଇଛନ୍ତି।

ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ସହ ସାଇଣ୍ଟିଫିକ ଟିମ ତଦନ୍ତ କରୁଛି। ପୋଲିସର କହିବା କଥା ପାରିବାରିକ ସମସ୍ୟା ଯୋଗୁଁ ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲା। ଘର ଭିତରୁ ଦୁଇଜଣ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଘର ପାଖ ଗଛରେ ଝୁଲୁଥିବା ଅବସ୍ଥାରେ ଶ୍ୟାମଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଜଣ ମୃତକ ମହିଳାଙ୍କ ନାମ ହେଉଛି ଫୁଲମଣି ମାରାଣ୍ଡି, ସାଲଖୋ ମାରାଣ୍ଡି। ସୂଚନା ଅନୁଯାୟୀ ଦୁଇ ମାସ ପୂର୍ବରୁ ଏହି ପରିବାର ଏହି ପରିବାର ଖ୍ରୀଷ୍ଟିଆନ ଧର୍ମ ନେଇଥିବାରୁ ଗ୍ରାମରେ ଏହାକୁ ବିରୋଧ କରାଯାଇଥିଲା। ପୋଲିସ ଏହି ଦିଗକୁ ନେଇ ମଧ୍ୟ ସନ୍ଧାନ ଚଲାଇଛି।

ପୋଲିସର ତଦନ୍ତ ଜାରିରହିଥିବାବେଳେ ରକ୍ତରେ ଜୁଡୁବୁଡୁ ହାତୁଡିକୁ ଜବତ କରିଛି।ଏନେଇ ସଦର ଥାନା ପୋଲିସ 48/19 ରେ ମାମଲା ରଜ୍ଜୁ କରି ଅନୁସନ୍ଧାନ ଚଲାଇଛି।

Related Posts

About The Author

Add Comment