ଖଣ୍ଡପଡ଼ା ବ୍ଲକରେ,ସ୍ୱଚ୍ଛ ଭାରତ ମିସିନ ପାଇଖାନା ନିର୍ମାଣ ରେମହା ଦୃନୀତି, ହିତାଧିକାରୀ ହନ୍ତସନ୍ତ,

Spread the love
  •  
  •  
  •  
  •  
  •  

ନୟାଗଡ୧୩/୦୭ (ସନ୍ଧାନ ନିଉଜ) ଲୋକମାନେ ବାହାରେ ମଳ ତ୍ୟାଗ ନକରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ମିସିନରେପାଇଖାନା ନିର୍ମାଣ ନିମନ୍ତେ ପ୍ରତ୍ୟେକ ପରିବାର ପିଛା ବାରହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଏଥିରେ ହୋଇଛି ବ୍ୟାପକ ହରିଲୁଟ ସାଙ୍ଗକୁ ଦୃନୀତି ଓ ହିତାଧିକାରୀଙ୍କୁ ଶୋଷଣ,।ବହୁହିତାଧିକାରୀଙ୍କ ପାଇଖାନା କୁ କଣ୍ଟ୍ରାକ୍ଟର ମାନେଗାଁ ଗାଁ ରେନିର୍ମାଣ କରିଥିଲେ ମଧ୍ୟ ପାଇଖାନା ନିର୍ମାଣ ହୋଇଛି ନାମକୁ ମାତ୍ର,। କବାଟ,ପିୱାନ,କି ପାଇଖାନା ଟାଙ୍କି କରା ନଯାଇ ହିତାଧିକାରୀଙ୍କ ଟଙ୍କାକୁ ଆମ୍ତସାତକରି ଚଳୁକରିଥିବାର ଅଭିଯୋଗ ହୋଇଛି,।ଏପରିକି ଏହି ଦୃନୀତି ରେବିଭାଗିୟକର୍ମଚାରୀ ଙ୍କ, ସାଲ ସୁତରା ରେହୋଇ ଥିବା ବେଳେଭାରତ ସରକାରଙ୍କ ସ୍ଵଛ ଭାରତ ମିଶନ ଯୋଜନା ଖଣ୍ଡପଡ଼ା ବ୍ଲକଅଂଚଳରେଦିଗହରା ହୋଇଛି,।

ଏଭଳିଘଟଣା ଦେଖିବାକୁ ମିଳିଛି ନୟାଗଡଜିଲା ଖଣ୍ଡପଡ଼ା ବ୍ଲକ ଅଧୀନରେ ଥିବା ପ୍ରାୟ ପଞ୍ଚାୟତରଗାଁ ମାନଙ୍କରେଥିବା ହିତାଧିକାରୀଙ୍କ କ୍ଷତ୍ରରେ,,। ତେବେ କିଆଝର ପାଞ୍ଚାୟତ ଏବଂ ଗଡ଼ିଆସାହି ପାଞ୍ଚାୟତର ପ୍ରାୟ ହିତାଧିକାରୀଙ୍କ ଅଭିଯୋଗ ପାଇ ଆମ ପ୍ରତିନିଧି ବୁଲି ଦେଖିଲା ପରେ ପାଇଖାନା ଦୁର୍ନୀତି ପଦାକୁ ଆସିଛି। ଘଟଣାଟି ଖାଲି ଏତିକି ନୁହେଁ , ଗାଁ ଗାଁ ରେ ପ୍ରାୟ ହିତାଧିକାରୀଙ୍କ ପାଇଖାନା ନଥିବାବେଳେ ସ୍ୱଚ୍ଛ ଭାରତ ମିଶନରୁ ବାଦ ପଡିଛନ୍ତି । କିଆଝର ପଞ୍ଚାୟତର ସତଗୋଛିଆ ଗାଁ ରେ ପାଇଖାନା ନିର୍ମାଣରେ ଲୋକ ଠକମି ର ଶିକାର ହୋଇଥିବା ଦେଖିବାକୁ ମିଳିଛି । ପାଇଖାନା ଗୁଡ଼ିକ ଅଚଳ ହୋଇପଡୁଥିବା ବେଳେ ଲୋକ ବାଧ୍ୟ ହୋଇ ବାହାରକୁ ମଳ ତ୍ୟାଗକରିବାକୁ ଯାଉଛନ୍ତି । ଏହିଭଳି ଗଡ଼ିଆସାହି ପାଞ୍ଚାୟତର ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । କିଆଝର ପଞ୍ଚାୟତର ଗୋଛାବାରି ଗାଁର ନିଶା ପରିଡା ପାଇଖାନାରୁ ବାଦ ପଡିଥିବା ଜଣାପଡିଛି । ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ପାଇଖାନା ନିର୍ମାଣର ଦୁର୍ନୀତିର ଚେର ବ୍ୟାପକ ହୋଇଥିବା ବେଳେ ଘଟଣା ଦିଗରେ ବିଭାଗୀୟ ଅଧିକାରୀ ସବୁ ଜାଣି ନଜାଣିଲା ପରି ରହୁଥିବାରୁ ଲୋକ ହେଉଛନ୍ତି ହନ୍ତସନ୍ତ । ଏପଟେ ପାଇଖାନା ଗୁଡିକ ଅଚଳହୋଇପଡୁଥିବାବେଳେ ଅନ୍ୟପକ୍ଷରେ ଦେଖିବାକୁ ଗଲେ ଗାଁ ଗାଁ ରେ ବୋର୍ଡ଼ ମରା ଯାଇଛି ବାହ୍ୟ ମଳ ମୁକ୍ତ ଗାଁ । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତରେ ସଲା ସୁତୁରା ଯୋଗୁଁ ଲୋକ ହେଉଛନ୍ତି ହନ୍ତସନ୍ତ । ଘଟଣା ସମ୍ପର୍କରେ ଆମ ପ୍ରତିନିଧି ନୟାଗଡ ଜିଲ୍ଲା ପାରିଷଦ ଅଧକ୍ଷା ଙ୍କୁ ଯୋଗାଯୋଗ ପରେ କହିଛନ୍ତି ପାଇଖାନା ଗୁଡିକ ତଦନ୍ତ ନକରି ବିଲ କରାଯିବା କଥା ନୁହେଁ ଏଦିଗରେ ମୁଁ ତଦନ୍ତ ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଚିଠି କରିବି ।
ନୟାଗଡରୁ ନିରଂଜନଦାସ

Related Posts

About The Author

Add Comment