ଯାଜପୁର (ସନ୍ଦାନ ନିୟୁଜ/ସନ୍ତୋଷ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଅଞ୍ଜିରା ଗ୍ରାମ ପଂଚାୟତର ବୁରୁସାହିରେ ବାସ କରୁଥିବା ଆଦିବାସି ବସ୍ତିର ୨୨ ପରିବାର ସରକାରୀ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥର ବାଲିସାହି ଛକ ଠାରୁ ମାତ କିଛି ଦୁରତାରେ ଥିବା ଏହି ବସ୍ତିର ଲୋକମାନେ ସରକାରଙ୍କ ସମସ୍ତ ପ୍ରକାର ଯୋଜନାରୁ ବଞ୍ଚôତ ରହିଛନ୍ତି । ଏମାନଙ୍କର ଜୀବନ ଧାରଣର ଶୈଳିକୁ ଦେଖିଲେ ଲାଗୁଛି ସତେ ଯେମିତି ଏହି ଗାଁର ଲୋକମାନେ କୌଣସି ଏକ ଅଗମ୍ୟ ସ୍ଥାନରେ ବାସ କରୁଛନ୍ତି । ଆଦିବାସି ମାନେ ଆଜି ବି ସେମାନଙ୍କ ମୌଳିକ ଅଧିକାର ପାଇବାରୁ ବଞ୍ଚôତ ରହିଛନ୍ତି । ଏହି କଥାକୁ ଆଖିରେ ନଦେଖିଲେ କେହି ବିଶ୍ୱାସ କରିପାରିବନି । ଏହ ପରିବାର ଯେଉଁ ଭଳି ଭାବରେ ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି ତାହା ଅନ୍ୟ କୌଣସି ଅଂଚଳରେ ଦେଖିବାକୁ ମିଳିବ ନାହିଁ । ଗାଁ କୁ ପ୍ରବେଶ ପାଇଁ ପକ୍କା ସଡକ ନାହିଁ । ଗାଁ ଭିତରକୁ ଜିବା ପାଇଁ ହିଡ ବାଡ ଡେଇଁ ଜିବାକୁ ପଡେ । ଗାଁରେ ପହଞ୍ଚôବା ପାଇଁ ପାଦଚଲା ରାସ୍ତା ଏକ ମାତ୍ର ଭରସା । ପ୍ରଶାସନ ଗୋଟିଏ ନଳକୂପ ଖନନ କରିଛନ୍ତି ସେଥିରୁ ବାହାରୁ ଥିବା ପାଣି ଖାରଯୁକ୍ତ ହୋଇଥିବାରୁ ଲୋକମାନେ ନିକଟରେ ଥିବା ଏକ ଖାତରୁ ପାଣି ଆଣି ସ୍ନାନ ଶୌଚ ଆଦି ନିତ୍ୟକର୍ମ କରୁଛନ୍ତି । ଆଜକୁ ତିନି ବର୍ଷ ହେବ ବିପିଏଲ ଲାଇନ ଖୁଣ୍ଟ ଟଣା ଯାଇଛି ସେଥିରେ ବିଦ୍ୟୁତ ସଂଯୋଗ କରାଯାଇନଥିବାରୁ ଦୀର୍ଘ ବର୍ଷ ଧରି ଲୋକମାନେ ଅନ୍ଧାରରେ ବସବାସ କରୁଛନ୍ତି । ଉକ୍ତ ଗ୍ରାମରେ ବାସ କରୁଥିବା ଆଦିବାସି ପିଲା ମାନେ ଶିକ୍ଷାଠାରୁ ବହୁ ଦୁରରେ ରହି ଯାଇଛନ୍ତି । ଶିକ୍ଷାର ବ୍ୟବସ୍ଥା ପାଇଁ ଏଠାରେ ପ୍ରକଳ୍ପ ବିଦ୍ୟାଳୟ ଟିଏ ନାହିଁ କି ଅଙ୍ଗନବାଡି କେନ୍ଦ୍ର ନାହିଁ । ଆର୍ଥôକ ଅନାଟନରେ ଏହି ପରିବାର ଗୁଡିକ ଦିନ କାଟୁଛନ୍ତି । ଏହି ଗାଁରେ ଗୋଟିଏ ଚାରିବର୍ଷର ଶିଶୁ ବିନା ତିଅଣରେ କେବଳ ଭାତକଂସାରୁ ଭାତ ଖାଉଥିବାର ହୃଦୟ ବିଦାରକ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥିଲା । ସେହିପରି ସେହି ଗାଁରେ ବାସ କରୁଥିବା ଗୋପି ଦିଗମୁଣ୍ଡାର ଘରଟି ଆଜକୁ ୫ମାସହେବ ପୋଡି୍ ଯାଇଛି । ଜଙ୍ଗଲ ଜମିରେ ବାସ କରୁଥିବାରୁ ତାକୁ ଘରପୋଡି ସାହାଯ୍ୟ ମିଳିନଥିବା ସେ ଅଭିଯୋଗ କରିଛି । ଏପରିକି ତାର ସର୍ବସ୍ୱ ପୋଡି ଯାଇଥିଲେ ବି ତାକୁ ରାଜସ୍ୱ ନିରିକ୍ଷକ କବାଟବନ୍ଧ ଦୁଇ ଶହ ଟଙ୍କା ଖର୍ଚ୍ଚ କରିବାକୁ ଦେଇ ତାକୁ ଉପହାସ କରିଥିବା ସେ ଅଭିଯୋଗ କରିଛି । ଆଜି ବି ସେହି ଭଙ୍ଗା ଦରପୋଡା ପାଲଟଣା ଘରେ ୫ ପ୍ରାଣି କୁଟୁମ୍ବକୁ ଧରି ଭିକ୍ଷା ମାଗି ଚଳୁଛି ଗୋପି ଦୀଗମୁଣ୍ଡା । ଏହି ଗାଁକୁ ପୁର୍ବରୁ ଜିଲ୍ଲାପାଳ ଥରେ ପରିଦର୍ଶନରେ ଆସି ପ୍ରତେକ ପରିବାରକୁ ଶହେ ଟଙ୍କା ଲେଖାଏ ଦେଇ ଯାଇଥିଲେ । ନିରିହ ଆଦିବାସି ମାନେ ସେତେବେଳେ ଭାବିଥିଲେ ଯେ ସେମାନଙ୍କର ଭାଗ୍ୟ ନିଶ୍ଚିତ ବଦଳି ଜିବ କିନ୍ତୁ ସେମିତି କିଛି ବି ହେଲା ନାହିଁ । ନଗାଡାରେ ସିନା ପ୍ରଶାସନିକ ତତ୍ପରତା ପାଇଁ ସେମାନେ ସମାଜର ମୁଖ୍ୟ ସୋ୍ରତରେ ସମିଲ ହୋଇ ପାରିଲେ କିନ୍ତୁ ଏଠାରେ ପ୍ରଶାସନିକ ଅବହେଳାରୁ ଏହି ଆଦିବାସି ମାନେ ଆଜିବି ଅସହାୟ ଜୀବନ ବିତାଉଛନ୍ତି । ରାଜନୈନିକ ଦଲାଲମାନେ ଏହି ମୌଜାର ଜଙ୍ଗଲ ଜମିରେ ଶିଳ୍ପ ସଂସ୍ଥା ମାନ କରି ଜଙ୍ଗଲ ଜମିରେ ଘର ରାସ୍ତା ନିର୍ମାଣ କରିବାରେ ଯଦି କିଛି ବାଧା ନାହିଁ ତେବେ ଏହି ଆଦିବାସୀ ମାନଙ୍କ ପାଇଁ କାନୁନର ଦ୍ୱାହିଦେଇ ସେମାନଙ୍କର ନାର୍ଯ୍ୟ ଆଦôକାରରୁ ସେମାନଙ୍କୁ ବଂଚିତ କରିବା ଆଗାମୀ ଦିନରେ ଏକ ଆନେ୍ଦାଳନ ପାଇଁ ରାସ୍ତା ଦେଖାଉ ନାହିଁତ? ଦୈନିକ ମୂଲ ମଜୁରୀ ଖଟି କୁଟୁମ୍ବ ପୋଷୁଥିବା ଏହି ଆଦବାସି ଲୋକମାନେ ନିଜର ଜାତି ପ୍ରମାଣ ପତ୍ର ଦେଇ ନପାରି ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କ ପାଇଁ କୌଣସି ପ୍ରକାର ସହାୟତା ନପାଇ ନିରକ୍ଷରତାରେ ସଢୁଛନ୍ତି । ଲିଭିଙ୍ଗ ହ୍ୟୁମାନିଟି ପକ୍ଷରୁ ଏଠାରେ ଏହି ଆଦିବାସି ପିଲାମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବା ପାଇଁ ଏକ ଆଶ୍ରମ ଖୋଲାଯାଇଛି । ଯେଉଁଠି ଏନ ଜି ଓ ତରଫରୁ ଜଣେ ପିଲା ନିଯୁକ୍ତି ଦିଆଯାଇଛି । ସେ ଏହି ନିରକ୍ଷର ଗାଁ ପିଲା ମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଏମାନଙ୍କୁ ଘରଢିହ ଯୋଗାଇଦେବା ସହ ତାଙ୍କର ମୌଳିକ ଅଧିକାର ପାଇବାକୁ ଉକ୍ତ ଗ୍ରାମର ସୁନାରାମ ମେଣ୍ଡ୍ରା,ଲାଲୁ ଜେରେଇ,ଅଭି ଦିଗମୁଣ୍ଡା,ପିତୁଲ ଜେରେଇ,ଅର୍ଜୁନ ହେମ୍ବ୍ରମ,ରାଜୁ ଚାତାର,ରବି ତିରିଆ,ମଧୁ ତିରିଆ,ଗଙ୍ଗା ତିରିଆ,ରାମ ପୁର୍ତ୍ତୀ,ଚୈତନ ମୁଣ୍ଡା,ରାମ କିଶନ ପିଙ୍ଗୁଆ,ହୁଙ୍ଗା ତିରିଆ ପ୍ରମୁଖ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।
କେତେ କହିବୁ , କେତେ ଲେଖିବୁ ଆଦିବାସୀ ଅଧିୁଷିତ ବୁରୁସାହି ପାଇଁ: ସରକାରଙ୍କ ଆଖିରେ ଲୁହ ଜଳଜଳ, କାନ୍ଦିବା ଶୁଭୁନାହିଁ
|
April 19, 2019 |



