ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦିମ୍ ଆହତ

Spread the love

କେନ୍ଦ୍ରାପଡ଼ା, ୧୩/୪ (ସନ୍ଧାନ ନିୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ଛକରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦିମ୍ ହୋଇଛି। ତାର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ନଦିମକୁ କଟକ ସ୍ଥାନାନ୍ତର କରାଯାଇଛି।

ତା’ ନିକଟରୁ ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର ଜବତ କରାଯାଇଛି। ନଦିମ୍ ନାଁରେ କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲା ସମେତ ଅନ୍ୟ କିଛି ଅଞ୍ଚଳରେ ୧୪ରୁ ଅଧିକ ମାମଲା ରହିଛି।

ଆଜି  ଭୋର ସମୟରେ ନଦିମ୍ ନିଜର ଜଣେ ସହଯୋଗୀଙ୍କୁ ବନ୍ଧୁକ ଯୋଗାଇବାକୁ ନିଜ ଗାଁ କ୍ରିଷ୍ଣାନନ୍ଦପୁରକୁ ଆସିଥିଲା। ପୁଲିସ୍‌ ଏନେଇ  କୌଣସି ସୂତ୍ରରୁ ଖବର ପାଇଥିଲା। ସ୍ପେଶାଲ ସ୍କ୍ୱାଡ  ଓ ପାଟକୁରା ଥାନା ପୁଲିସ୍‌ ନଦିମକୁ ଧରିବାକୁ ଉଦ୍ୟମ କଲାବେଳେ ସେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ପୁଲିସ୍‌ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍‌ ଗୁଳିରେ ନଦିମ୍ ଆହତ ହୋଇଥିଲା।

Related Posts

About The Author

Add Comment