ଶ୍ରୀମନ୍ଦିରର ଭିତର କାଠରେ ଲାଗିବ ସିସିଟିଭି: ଗୁପତ ନିତି ସମୟରେ ରହିବ ଅଫ

Spread the love

ପୁରୀ:(ସନ୍ଦାନ/ଏସ ବେହେରା)ପୁରୀ ଶ୍ରୀମନ୍ଦିରରେ ସିସିଟିଭି ଜଗିବ ଭିତରକାଠ। ଶ୍ରୀମନ୍ଦିର ଭିତରକାଠରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜିଉଙ୍କ ଦର୍ଶନ ବେଳେ ସ୍ଥିତି ଜାଣିବାକୁ ସିସିଟିଭି ଲଗାଯିବ। ଶ୍ରୀଜିଉଙ୍କ ନୀତି ବେଳେ ସିସିଟିଭି ବନ୍ଦ ରହିବ। ସାଧାରଣ ଦର୍ଶନ ବେଳେ ଏହି ସିସିଟିଭିକୁ ଚାଲୁ କରାଯିବ। ଭିତରକାଠରେ ଭକ୍ତ-ସେବାୟତ ଗଣ୍ଡଗୋଳ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ।
ଅନ୍ୟପଟେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଭକ୍ତଙ୍କୁ ମାଡ଼ ମରାଯିବା ଘଟଣାରେ ଦୁଇଜଣ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଖୁଣ୍ଟିଆ ସେବାୟତ ମଦନ ମୋହନ ଖୁଣ୍ଟିଆ ଏବଂ ମେକାପ ସେବାୟତ ସୋମନାଥ ମେକାପଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ସେବାୟତ ନିଯୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ଘଟଣାକୁ ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁରୀ ପୋଲିସ।
ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି,“ଯାତ୍ରୀଙ୍କୁ ମାଡ଼ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୁଇ ସେବାୟତଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।”

Related Posts

About The Author

Add Comment