Spread the love

ଜେନାପୁର/ ୨୨/୦୪ (ସନ୍ଧାନ ନ୍ୟୁଜ):ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ବାଲିସାହି ନିକଟରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଡିଆରେ ଛିଡା ହୋଇଥିବା ଏକ ଟ୍ରେଲରରେ ହଠାତ୍ ନିଆଁ ଲାଗିଯିବା ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇଚଡ଼େଇଧରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଗାଡ଼ିର ସମ୍ମୁଖ ଭାଗ ପାଉଁଶ ହୋଇଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, କଳିଙ୍ଗନଗର ଅଞ୍ଚଳର ଜଣେ ମାଲିକଙ୍କ ଏହି ଟ୍ରେଲରକୁ ସ୍ଥାନୀୟ ଅଞ୍ଚଳର ଜଣେ ଚାଳକ ଚଲାଉଥିଲେ। ଜେନାପୁର ଥାନା ଅନ୍ତର୍ଗତ ଅନ୍ତରା ପଞ୍ଚାୟତର ମୁରାଲିପୁର ଗାଁ ନିକଟ ପଡ଼ିଆରେ ଟ୍ରେଲରଟି ରହିଥିବା ସମୟରେ ଆଜି ଅପରାହ୍ନରେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା।

ସ୍ଥାନୀୟ ଲୋକେ ଟ୍ରେଲରରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଚଡ଼େଇଧରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ସେତେବେଳକୁ ଟ୍ରେଲରର କ୍ୟାବିନ୍ ଏବଂ ଇଞ୍ଜିନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି। ଏଥିରେ କୌଣସି ଜୀବନ ହାନି ଘଟିଥିବା ଜଣାପଡ଼ିନାହିଁ,,

Related Posts

About The Author

Add Comment