Spread the love
  •  
  •  
  •  
  •  
  •  

                           ଜୀବନର ଏକ କୈଫିୟତ

ଲିଙ୍ଗରାଜ ପଣ୍ଡା , ବାରିପଦା

ଏହା ଜଣାଶୁଣା କଥା ଯେ, ମଣିଷ ସୁଖର ସନ୍ଧାନରେ ବ୍ୟସ୍ତ ରହେ । ବ୍ୟକ୍ତି ନିଜ ପାଇଁ ଓ ନିଜ ପୁତ୍ରକନ୍ୟାମାନଙ୍କ ପାଇଁ ସୁଖ-ଶାନ୍ତି ଚାହେଁ । ଏହା ବ୍ୟତୀତ ଦୁର୍ଘଟଣା ଓ ମୃତ୍ୟୁ ସମସ୍ତଙ୍କ ଜୀବନରେ ଦିନେ ନା ଦିନେ ଆସିବ । ଯୁଗ-ଯୁଗଧରି ପ୍ରତ୍ୟେକ ନରନାରୀ ଏହି ବିଶ୍ୱାସ ଓ ଆବେଗର ଅଧୀନ ହୋଇଛନ୍ତି ଓ ଶେଷରେ ଜୀବନର ଏହି ପରସ୍ପରବିରୋଧୀ ଅବସ୍ଥାର ମୁକାବିଲା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି । କିନ୍ତୁ ସେହି ଉଦ୍ୟମ କେବେ ସଫଳ ହୋଇନାହିଁ । ମଣିଷ ଏହି ଜୀବନରେ ସୁଖଶାନ୍ତି ପାଇଁ ଝୁରି ଝୁରି ନିରାଶ ହୋଇଯାଏ । ସେ ସେତେବେଳେ ଏହି ଜୀବନର ପରପାରେ ସୁଖଶାନ୍ତି ଲାଭ କରିବା ପାଇଁ ଆଶା କରେ । ଜୀବନର ଏହି ଅସହାୟତା ଓ ନୈରାଶ୍ୟ ଅବଶ୍ୟମ୍ଭାବୀ ବୋଲି ଜାଣିବା ପରେ ବ୍ୟକ୍ତିର ଆଉ ଚାରା କଣ ? ସେ ହୁଏତ ସୁଖଶାନ୍ତି ପାଇଁ ବରାବର ସଂଗ୍ରାମ କରି ଚାଲିବ କିମ୍ବା ନିଜକୁ ନୈରାଶ୍ୟ-ସାଗରରେ ଭସାଇଦେବ । ଏହି ବିଶ୍ୱାସରୁ ପୃଥିବୀରେ ବିଭିନ୍ନ ସମୟରେ ବିଭିନ୍ନ ମତବାଦ ଦେଖାଦେଇଛି । ଦୁନିଆରେ ବଞ୍ଚିରହିବାକୁ ହେଲେ, ଆମକୁ ସୁଖ-ଶାନ୍ତିର ପଛରେ ଝାଳନାଳ ହୋଇ ଧାଇଁବାକୁ ପଡିବ । କିନ୍ତୁ ବାସ୍ତବ ଅବସ୍ଥା ତାହା କରାଇଦିଏ ନାହିଁ । ଶାନ୍ତି ଓ ସୁଖର ଅଭିଳାଷ କେବଳ ମରିଚିକା । ପଶୁଜୀବନରେ ଭୋଗ, ବିଳାସ, ସୁଖ, ଶାନ୍ତି ନ ମିଳିଲେ ଆମେ ପରସ୍ପର ମଧ୍ୟରେ ଅଶାନ୍ତି ଘଟାଇ ବସୁ । ଏହାପରେ ଜୀବନରେ ସମସ୍ତ ପ୍ରକାର ଦୁଃଖ, ଦୁର୍ଦ୍ଦଶା ଓ ଯନ୍ତ୍ରଣାର ପାଳି ପଡେ । ବେଳେବେଳେ ଆମେ ପଶୁପକ୍ଷୀଙ୍କ ସହିତ ନିଜକୁ ତୁଳନା କରୁ । ଆମେ ଜୀବନର ସୁଖ-ଅଭିଳାଷକୁ ପଶୁର ଅଭିଳାଷ ବୋଲି ବିଚାର କରୁ । ଏହାପରେ ଆମ ମନ ମଧ୍ୟରେ ଦ୍ବନ୍ଦ୍ ଆରମ୍ଭ ହୁଏ । ଆମେ ଏସବୁର ଚାହୁଁ ସମାଧାନ । ସମାଧାନର ବାଟ ମିଳେନାହିଁ । ସେତେବେଳେ ପୁନର୍ଜନ୍ମ କଥା ଭାବୁ । ଏହିପରି ଚିନ୍ତା ଓ ଦୁଶ୍ଚିନ୍ତାର ଜାଲରେ ମଣିଷ ଛନ୍ଦି ହୋଇଯାଏ । ସେଥିରୁ ବାହାରିବାକୁ ବାଟ ପାଏ ନାହିଁ । ତେବେ କଣ ବ୍ୟକ୍ତିର ସମସ୍ତ ଉଦ୍ୟମ ଓ ଅଧ୍ୟବସାୟ ଖାଲି ଜାତ ପାଇଁ ! ଜାତି କଣ ? ଜାତି ବ୍ୟକ୍ତିମାନଙ୍କୁ ନେଇ ଗଠିତ । ଯଦି ବ୍ୟକ୍ତି ଜୀବନରେ ସ୍ୱତନ୍ତ୍ର ରହିଲା ନାହିଁ, ତେବେ ଜାତିର  ସ୍ଵାତନ୍ତ୍ୟ ଆସିଲା କେଉଁଠୁ ? ଏହି ସବୁ ଅବସ୍ଥା ପାଇଁ ଆମର ପରିବେଷ୍ଟନୀ ଓ ପରିସ୍ଥିତି ହିଁ ଦାୟୀ । ଜୀବନର ଦୁଇଟି ଇଚ୍ଛାରୁ ଯେତେବେଳେ ଗୋଟିଏ ଇଛା ପୂର୍ଣ୍ଣ ହୁଏ ନାହିଁ, ସେତେବେଳେ ଦୁଃଖ, ଅଶାନ୍ତିର ମାତ୍ରା ବଢିଯାଏ । ଆମର ତେବେ ଭୁଲ କେଉଠି ? ସମ୍ଭବତଃ ଆମର ଧାରଣା ପ୍ରଥମରୁ ଭୁଲ । ଆମର ପଶୁଳିବନ ଓ ଆମର ଆଧମ୍ମିକ ଜୀବନ, ଏପରି ଆମ ମଧ୍ୟରେ ପରସ୍ପର ବିରୋଧୀ ଦୁଇଗୋଟି ପ୍ରକୃତି ରହିଅଛି । ଗୋଟିଏ ହେଉଛି ମୁଁ ଓ ଅନ୍ୟଟି ହେଉଛି ମୋ ଭିନ୍ନ ସମସ୍ତେ । ତେବେ ଏଥିମଧ୍ୟରୁ କଭେଟି ସତ୍ୟ ? ପଶୁଜୀବନ ସହିତ ବାସ୍ତବ ଜୀବନ ଅର୍ଥାତ୍ ଆଧାୟିକ ଜୀବନକୁ ମିଳାଇ ଦେଖିଲେ ଆମର ଏହି ଭୁଲ ଜଣାପଡେ । ଆମେ ଉଭୟର ସ୍ଥିତି ସମ୍ପର୍କରେ ଅବହିତ ହେଲେ ମଧ୍ୟ ପ୍ରକୃତ ସମାଧାନରେ ପହଞ୍ଚିପାରୁ ନ ଥାଉ । ଆମ ଶରୀରର ପ୍ରୟୋଜନ ଯେତେବେଳେ ଅନୁଭବ କରୁ, ସେତେବେଳେ ପଶୁଜୀବନର କେତ ପାଇପାରୁ । ନିହାତି ଅସହାୟ ଶିଶୁ ଅବସ୍ଥାରେ ମଧ୍ୟ ଆମେ ଶାରୀରିକ ସ୍ଥିତି ସମ୍ପର୍କରେ ଅବହିତ ହୋଇଥାଉଁ । ଆଧାର୍ମିକ ଜୀବନର ସ୍ଥିତି ସେହିପରି ଆମେ ଉପଲବ କରିଥାଉଁ । ଉଦାହରଣ ସ୍ଵରୂପ ଜଣେ ଜଣକୁ ଭଲ ପାଇଲା ।

ଜୀବନରେ ଏହି ଦ୍ବନ୍ଦ ଓ ମାନସିକ ସଙ୍ଘର୍ଷ ବରାବର ଲାଗିରହିଛି । ଦୁଇଟି ଆଙ୍ଗୁଠି ଏକାଠି କରି ତା ମଧ୍ୟରେ ଗୋଟିଏ ପେଣ୍ଡୁ କୁ ବୁଲାଇଲେ ଆମର ଯେପରି ପେଣ୍ଠୁ ସମ୍ପର୍କରେ ଦୈତ ଧାରଣା ହୁଏ, ଠିକ୍ ସେହିପରି ପଶୁଜୀବନ ଓ ଆଧାୟିକ ଜୀବନ ବିଭିନ୍ନ ଆବେଗ ଓ ଅବସ୍ଥାକୁ ନେଇ ଗଠିତ । ବ୍ୟକ୍ତିଗତ ସୁଖ ଓ ସ୍ଵଚ୍ଛଦ୍ୟରେ ଜଳାଞ୍ଜଳି ଦେଇ ଉନ୍ନତ ଜୀବନର ଅନୁସନ୍ଧାନ କରିବା ଆମ ପକ୍ଷେ ନିହାତି ସ୍ବାଭାବିକ । ପକ୍ଷୀ ଆକାଶରେ ଉଟିବା ଯେପରି ସତ୍ୟ, ଏହି ଆମ୍ଭମାନଙ୍କ ପକ୍ଷେ ସେହିପରି ଅଭ୍ରାନ୍ତ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଆମେ ଯେଉଁଥିପାଇଁ ସଙ୍ଘର୍ଷ କରୁ, ତାହାକୁ ସ୍ଵଚକ୍ଷୁରେ ଦେଖି ନ ଥାଉ । ସତେ ଅବା ସଙ୍ଘର୍ଷର ଧୂଳିପଟଳ ଆମକୁ ସତ୍ୟଠାରୁ ଲୁଚାଇ ରଖେ । ଧରାଯଅଉ, ଆକାଶର ଗୋଟିଏପକ୍ଷୀ ସ୍ଥଳଭାଗରେ ଧାଇଁବା ପାଇଁ ଇଚ୍ଛା କରେ । ଏହାର ଅର୍ଥ ନୁହେଁ ଯେ, ଉଡିବା ପାଇଁ ତାର ସ୍ବାଭାବିକ ଶକ୍ତି ନାହିଁ ।

 ମଣିଷଜୀବନର ଏକ ପକ୍ଷରେ ଏହି କଥାଟି ମ ସତ୍ୟ । ମଣିଷ ଦୈହିକ ଜୀବନରେ ବ୍ୟସ୍ତ ରହିଲେ ତା ପାଇଁ ଏକ ମହତ୍ତର ଜୀବନ ଅଛି, ଏହା ଅସତ୍ୟ ନୁହେଁ । ସର୍ବଦା କ୍ଷଧା ଓ ଦୂଷା ଦ୍ବାରା ଚାଳିତ ହୋଇ ପଶୁ ତାର ଜୀବନର ଧର୍ମରକ୍ଷା କରେ । କୌଣସି ଜନ୍ତୁ ସୃଷ୍ଟିର ଏହି ସାଧାରଣ ନିୟମ ପ୍ରତି ଉଦାସୀନ ନୁହେଁ । ମଣିଷର ମହତ୍ତର ଲକ୍ଷ୍ୟ ସାଧନରେ ଏହିପରି ବରାବର ବାଧାପ୍ରାପ୍ତ ହୁଏ; କିନ୍ତୁ ଥରେ ତାର ସନ୍ଧାନ ପାଇଲେ ସେଥିରୁ ନିବୃତ୍ତ ହୁଏନାହିଁ । ମଣିଷର ସତ୍ୟ ଓ ମହତ୍ତର ଲକ୍ଷ୍ୟ ପାଇଁ ଏହି ପ୍ରବଳ ବାସନା, ତାହାହିଁ ତାର ଆଧାୟିକ ଇତିହାସର ସୂକ୍ଷ୍ମ ସୂଚନା । ମଣିଷ କିନ୍ତୁ ଉଭୟ ଲକ୍ଷ୍ୟ ପ୍ରତି ଦୃଷ୍ଟି ଦେବା ସମ୍ଭବ ନୁହେଁ । ହୁଏତ
ଗୋଟିକୁ ଛାଡି ଅନ୍ୟ ଲକ୍ଷ୍ୟକୁ ଧରିବାକୁ ହେବ । ଜୀବନର ସମୟ ଆଣିବାକୁ ହେଲେ ଗୋଟିଏ ଲକ୍ଷ୍ୟର ସାଧନ ଓ ପୂର୍ଣ୍ଣତା ଆବଶ୍ୟକ ।

ପ୍ରତ୍ୟେକ ମଣିଷର କର୍ଭବ୍ୟ ହେଉଛି ଅନ୍ୟର ସେବା କରିବା । କେବଳ ଅନ୍ୟର କଲ୍ୟାଣ ଉଦେଶ୍ୟରେ ନୁହେଁ, ବରଂ ମଣିଷସମାଜର ମୂଳଭିଭିର ପ୍ରଥମ ନିୟମ ସ୍ବରୂପ ଏହା କରାଯିବା ଉଚିତ । ଆମେ ପ୍ରତ୍ୟେକ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ପାଇଁ ନିଜ ନିଜ ଶକ୍ତି ନୁୟୀ କାର୍ଯ୍ୟ କରିବା ଉଚିତ । ଯେଉଁମାନେ କେବଳ ନିଜ ନିଜର ମଙ୍ଗଳ ଓ ଉନ୍ନତି ପାଇଁ ଦାୟୀ ବୋଲି ବିଚାର କରନ୍ତି ସେମାନେ କଦାପି ଆଦର୍ଶବାଦୀ ବ୍ୟକ୍ତି ନୁହନ୍ତି । ପୁନଶ୍ଚ ଯେଉଁ ବ୍ୟକ୍ତି ନିଜର ସୁଖ-ସ୍ଵାଛନ୍ଦ୍ୟ ପାଇଁ ପ୍ରଥମେ ଦୃଷ୍ଟି ଦିଏ ନାହିଁ ସେ ମଧ୍ୟ ସେ ମଧ୍ୟ ଯେ ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଏହା କୁହାଯାଇ ନପାରେ । ନିଜର କର୍ତ୍ତବ୍ୟ ସାଧନରେ ଯେ ବ୍ରତୀ, ସାମୂହିକ ଉନ୍ନତି ପାଇଁ ଯେ ଅଗ୍ରସର ତା ଜୀବନରେ କଦାପି ପରାଜୟ ଦେଖାଦିଏ ନାହିଁ । ବରଂ ଏପରି ନିଃସ୍ୱାର୍ଥପର ବ୍ୟକ୍ତିମାନଙ୍କ ଉପରେ ଭଗବାନଙ୍କର ଦୃଷ୍ଟି ସବୁବେଳେ ପଡିଥାଏ ।

ଜୀବ ହିସାବରେ ଆମ୍ଭମାନଙ୍କର ଅସ୍ତିତ୍ବ ପୂରାପୂରି କ୍ଷଣସ୍ଥା । ସମଗ୍ର ଚିରନ୍ତନ ସୃଷ୍ଟିରେ ଶହେ ବର୍ଷର ଅର୍ଥ କଣ ? ଆମ୍ଭେମାନେ ଯଦି ଅହଂଭାବକୁ ଖଣ୍ଡନ କରୁ ଓବଂ ଜନତା ସମୁଦ୍ରରେ ନିଜକୁ ମିଶାଇଦେଉ, ତାହାହେଲେ ଆମେ ଏହାର ମର୍ଯ୍ୟାଦା ଉପଲବଧ କରିପାରିବା । ଆମେମାନେ ସ୍ଵତନ୍ତ୍ର ବୋଲି ଅନୁଭବ କରିବା ଅର୍ଥ ଭଗବାନ ଓ ଆମ୍ଭମାନଙ୍କ  ମଧ୍ୟରେ ଗୋଟିଏ ବ୍ୟବଧାନ ତିଆରି କରିବା ଓ ଭଗବାନଙ୍କ ସହିତ ଆମେମାନେ ଏକ ହୋଇପାରିବା, ଏହି ଭାବରେ ଆମେମାନେ ଚିନ୍ତାନ କରିବା । ସମୁଦ୍ରର ଏକ ଜଳବିନ୍ଦୁ ମଧ୍ୟରେ ସମଗ୍ର ସମୁଦ୍ରର ମହାନ ସଭା ନ ଥାଏ କି, ଅବଶ୍ୟ ଜଳବିନ୍ଦୁର ସେ ଦାରଣା ନ ଥାଏ । ଏହା ଯେତେବେଳେ ସମୁଦ୍ରଠାରୁ ଅଲଗା ହୋଇଯାଏ, ସେତେବେଳେ ସଙ୍ଗେ ସଙ୍ଗେ ଶୁଖିଯାଏ। ଜୀବନ ଗୋଟିଏ ବୁଦୁଦ ବୋଲି ଆମେମାନେ ଯେତେବେଳେ କହୁ, ସେତେବେଳେ ପ୍ରକୃତରେ ଆମ୍ଭମାନଙ୍କ ମନରେ କୌଣସି ଅତିରଞ୍ଜନ ଭାବ ନ ଥାଏ । ସେବାପୂରଣୋଦିତ ଜିବନ ଏକ ବିନମ୍ର ଜୀବନ ହେବା ଉଚିତ । ଯେ ଅନ୍ୟମାନଙ୍କ ପାଇଁ ଜୀବନ ଉତ୍ସର୍ଗ କରିପାରେ ତାର ନିଜପାଇଁ ଟିକିଏ ସ୍ଥାନ ରଖିବାକୁ ସମୟ ନଥାଏ । ଆଳସ୍ୟ ଅର୍ଥ ନୁହେଁ ନମ୍ରତା, ଯାହାକି ହିନ୍ଦୁ ଧର୍ମରେ ଦେଖାଦେଇଛି । ମାନବସମାଜର ସେବା ସେବା ଉଦ୍ଦେଶ୍ୟରେ ବରାବର କଠିନ ଓ ବିଶ୍ରାମହୀନ ଉଦ୍ୟମ କରିବା ହିଁ ପ୍ରକୃତ ନମ୍ରତା । ଗୋଟିଏ ମୁହୁର୍ଭ ସୁଦ୍ଧା ବିଶ୍ରାମ ନକରି ଭଗବାନ ବରାବର କର୍ମବ୍ରତୀ । ଆମେ ଯେବେ ତାଙ୍କର ସେବା କରିବା କିମ୍ବା ତାଙ୍କ ସହିତ ଏକ ହୋଇ ମିଶିଯିବା, ତାହେଲେ ଆମର କାର୍ଯ୍ୟକଳାପ ତାଙ୍କ ପରି ଶାନ୍ତ ଓ ନିଶ୍ଚିତ ହେବା ବିଧେୟ । ଯେଉଁ ଜଳବିନ୍ଦୁ ସମୁଦ୍ରରୁ ବିଛିନ୍ନ ହୋଇଛି, ତାହା ପାଇଁ ସାମୟିକ ବିଶ୍ରାମ ଥାଇପାରେ । କିନ୍ତୁ ଯେଉଁ ଜଳବିନ୍ଦୁ ସମୁଦ୍ରରେ ସ୍ଥିତ, ତାହାର ବିଶ୍ରାମ ନାହିଁ । ଆମ୍ଭେମାନଙ୍କ ପକ୍ଷେ ସେହି କଥା ମଧ୍ୟ ପ୍ରଯୁଜ୍ୟ । 

ଆମ୍ଭେମାନେ ଭଗବାନଙ୍କ ରୂପରେ ସମୁଦ୍ର ସହିତ ଯେତେବେଳେ ମିଶିଯିବା, ସେତେବେଳେ ଆମ୍ଭମାନଙ୍କ ପାଇଁ ବିଶ୍ରାମ ନ ଥିବ କି ଆମ୍ଭେମାନେ ମଧ୍ୟ ବିଶ୍ରାମ ଦରକାର କରିବୁ ନାହିଁ । ଆମର ନିଦ୍ରା ହିଁ କର୍ମ । କାରଣ ଆମେମାନେ ହୃଦୟ-ରାଜ୍ୟରେ ଭଗବାନଙ୍କ ଚିନ୍ତାରେ ନିଦ୍ରା କରିଥାଉଁ । ଏହି ପ୍ରକାର ବିଶ୍ରାମହୀନତା ହିଁ ଯଥାର୍ଥରେ ବିଶ୍ରାମ । ଏହି ଅବିଶ୍ରାନ୍ତ ପ୍ରକୃତ ଅବ୍ୟର୍ଥ ଶାନ୍ତିର ମୂଳମନ୍ତ୍ର ସ୍ଵରୂପ । ଏହି ସାମୂହିକ ଆତ୍ମସମର୍ପଣର ମହାନ୍ ଅବସ୍ଥା ବର୍ଣ୍ଣନା କରିବା କଠିନ୍ମାତ୍ର ଏହା ମଣିଷର ଅନୁଭୂତି ସୀମାର ବହିର୍ଭୁତ ନୁହେଁ । ଏହା ବହୁ ଉତ୍ସର୍ଗୀକୃତ ଜୀବନ ଦ୍ଵାରା ପ୍ରାପ୍ତ ହୋଇଅଛି ଏବଂ ଆମ୍ଭମାନଙ୍କ ଦ୍ବାରା ମଧ୍ୟ ପ୍ରାପ୍ତ ହୋଇପାରେ । ଆମର ଅଚାର ଏହି ଲକ୍ଷ୍ୟ ସାଧନରେ ସାହାଯ୍ୟ କରିବାପାଇଁ ଉଦ୍ଦିଷ୍ଟ । ଆମେ ସମସ୍ତେ ଦିନେ ଅତର୍କିତ ବାବରେ ଏହି ଲକ୍ଷ୍ୟରେ ପହଞ୍ଚିପାରିବା, ଯେବେ ଆମ୍ଭମାନଙ୍କ ହୃଦୟରେ ସତ୍ୟ ଥାଏ । ପ୍ରତ୍ୟେକ ନରନାରୀଙ୍କର ମୁଖ୍ୟ କର୍ତ୍ତବ୍ୟ ହେଉଛି ବୃହତ୍ତର ଜୀବନର ଲକ୍ଷ୍ୟସାଧନ । ସମଗ୍ର ମଣିଷସମାଜ ମହାତ୍ମାଙ୍କ ଦୃଷ୍ଟିରେ ଏକ ଅଖଣ୍ଡ ପରିବାର । ପ୍ରତ୍ୟେକ ନରନାରୀ ଯେତେ ଦୁର୍ବଳ ହୁଅନ୍ତୁ ପଛକେ ସେମାନେ ନିଜ
ନିଜର ଆମ୍ବା ଓ ମୁକ୍ତିର ପ୍ରକୃତ ପ୍ରହରୀ । ଜୀବନର ଅଭିମୁଖ୍ୟ କେବଳ ଆଧାମ୍ବିକ । କେବଳ ଭଗବତବିଶ୍ଵାସ ହିଁ ସମସ୍ତଙ୍କର ସାନ୍ବନା । ଏହି କ୍ଷଣଭୁଙ୍ଗୁର ଶରୀରର ସୁନିଶ୍ଚିତ; କିନ୍ତୁ ଆମ୍ବାର ବିନାଶ ନାହିଁ । ତେଣୁ ଆମର ସ୍ୱାଭାବିକ ମୃତ୍ୟୁ ହେଉ କିମ୍ବା ଆତତାୟୀ ହାତରେ ଆମରେ ପ୍ରାଣ ଯାଉ, ଆମେ ବରାବର ହସି ହସି ଜୀବନକୁ ଗ୍ରହଣ କରିବା ଉଚିତ । ସେଥିପାଇଁ ଜୀବନରେ ଭଗବତ ପ୍ରାର୍ଥନା ହିଁ ଆମର ଏକମାତ୍ର ସହାୟ । ସତ୍ୟନିଷ ଜୀବନଯାପନ ହିଁ ଆମର କାମ୍ୟ । ଆମ୍ବାର ଉତ୍ସର୍ଗ ବ୍ୟକ୍ତିର ଧେୟ ।

Related Posts

About The Author

Add Comment