ଭାରତରେ କରୋନା ଭୂତାଣୁ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି

Spread the love

ନୂଆ ଦିଲ୍ଲୀ, ୨୬/୦୭/୨୦ (ସନ୍ଧାନ ନିଉଜ) : ଭାରତରେ କରୋନା ଭୂତାଣୁ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏବେ ଦେଶରେ ୧୩.୮୫ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଲେଣି ଏବଂ ଆଜିବି ଦେଶରେ ୪୮, ୬୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ୭୦୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୨, ୦୬୩ କୁ ବୃଦ୍ଧି ପାଇଛି। ଇତି ମଧ୍ୟରେ ୪, ୬୭, ୮୮୨ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୮, ୮୫, ୫୭୭ ଜଣ ଆରୋଗ୍ୟ ହୋଇ ସାରିଲେଣି।

ଏହା ମଧ୍ୟରେ ଏକ ଭଲ ଖବର ଆସିଛି। ଦେଶରେ କୋଭିଡ -୧୯ ର ସ୍ୱଦେଶୀ ଟିକା କୋଭାସ୍କିନ୍‌ର ମାନବ ପରୀକ୍ଷଣ ଚାଲିଛି ଏବଂ ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି। ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ୍ ପରୀକ୍ଷଣର ଫଳାଫଳ ପୂର୍ବାନୁମାନ ଅନୁଯାୟୀ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, ଜୁଲାଇ ୧୭ ରେ, କୋଭାକ୍ସିନର ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ହରିୟାଣାର ରୋହତକସ୍ଥିତ ମେଡିକାଲ ସାଇନ୍ସ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ (PGI) ରେ ଆରମ୍ଭ ହୋଇଥିଲା। ସେହି ଦିନ ତିନିଜଣ ସ୍ୱେଚ୍ଛାସେବୀଙ୍କୁ କୋଭାକ୍ସିନ୍ ଦିଆଯାଇଥିଲା। ଏବେ ଏହାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି।

ଟିକା ପରୀକ୍ଷଣ ଦଳର ମୁଖ୍ୟ ଗବେଷକ ସମ୍ବିତ୍ ବର୍ମା ଏଏନ୍‌ଆଇକୁ କହିଛନ୍ତିଯେ, “ଟିକା ପରୀକ୍ଷଣ (କୋଭାକ୍ସିନ) ର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି। ସମଗ୍ର ଭାରତରେ ୫୦ ଜଣଙ୍କୁ ଟୀକାକରଣ କରାଯାଇଥିଲା ଏବଂ ଫଳାଫଳ ଉତ୍ସାହଜନକ ଥିଲା। ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଭାଗରେ ଶନିବାର ଦିନ ଛଅ ଜଣଙ୍କୁ ଟିକା ଦିଆଯାଇଛି। “

Related Posts

About The Author

Add Comment