୪୨ମୌଜାରେ ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା ସମାଧାନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ଥାନୀୟ ବାସିନ୍ଦା

Spread the love
  •  
  •  
  •  
  •  
  •  
କଟକ, ୦୪/୦୭/୨୦୨୧ (ସନ୍ଧାନ ନିଉଜ) : କଟକ ସଦର ୪୨ ମୌଜ଼ା ଉପକଣ୍ଠ ୧୦ଖଣ୍ଡ ମୌଜାର ୨୦୦ ଏକର ଚାଷଜମି ଜଳବନ୍ଦି ସମସ୍ୟା ଥିବାବେଳେ ବେଣ୍ଟକାର ଓ ଝାରକଟା ପଂଚାୟତରେ ଥିବା ଶହଶହ ଏକରଚାଷ ଜମିରୁ ଜଳ ନିଷ୍କାସନ ପାଈଁ ୪୨ ମୌଜା ମୁଖ୍ୟ ରାସ୍ତା ବେଣ୍ଟକାର କଣ୍ଟୁଣିଆ ଠାରେ ପ୍ଳଟନଂ.୧୫୩୮ ବେଣ୍ଟକାର ଗ୍ରାମର କଣ୍ଟୁଣିଆ ଶେଷଭାଗ ଏବଂ କଳପଡା ମୌଜାର ଆରମ୍ଭ ପ୍ଳଟନଂ.୨୦୩୭ ଗ୍ରାମ ଗୋବିନ୍ଦପୁର  ମୁଖ୍ୟରାସ୍ତା ପାଖରେ ୪ ଫୁଟର ଏକ ପୋଲ ଅଛି ଏହି ପୋଲ ଦ୍ୱାରା ବେଣ୍ଟକାର,ଶିଶୁଆ,ଝାରକଟା,ଗୋବିନ୍ଦପୁର ଓ ଶ୍ରୀରାମ ଗହିରରେ ଥିବା ଚାଷ ଜମିରୁ ଜଳ ନିଷ୍କାସନହୋଇ ମଲିଆକୁ ଯାଇଥାୟେ କିଛିଦିନ ହେବ ପ୍ଳଟନଂ ୨୦୩୬ ଓ ୨୦୩୭ ରେ ତଥା ପୋଲ ଓ ସରହଦକୁ ଜବଦଖଲ ଜବରଦଖଲ କରାଯିବା ଦ୍ୱାରା ଏହି  ୧୦ ଖଣ୍ଡ ମୌଜାର ଚାଷଜମି ପାଣି ବନ୍ଦି ହୋଇ ଫସଲନଷ୍ଟ ହବାର ଆଶଙ୍କା ରହିଛି ।ଏହି ଜବରଦଖଲକୁ  ତୁରନ୍ତ ଉଛେଦ କରାଯିବାକୁ ବେଣ୍ଟକାର,ଝାରକଟା ପଂଚାୟତର ଗ୍ରାମବାସୀବୃନ୍ଦ ପତ୍ରମାଧ୍ୟମରେ ମାନ୍ୟବର  ଜିଲ୍ଲାପାଳ,ତହସିଲଦାର ଓ ଜିଲ୍ଲା କୃଷି ଅଧିକାରୀଙ୍କୁ ଏହି ସମସ୍ୟାର ପାଇଁ ଅନୁରୋଧ କରାଯାଇଛି ।

Related Posts

About The Author

Add Comment