ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତା ର ସହିତ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୨୭/୫/୨୦୨୬( ସନ୍ଧାନ ନ୍ୟୁଜ) ରାଜ୍ୟରେ ଚଳିତ ୩୦ ମଇ ରୁ ଆରମ୍ଭ ହେବାକୁ ଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା’ (SIR)ର ସୁଚାରୁ ପରିଚାଳନା ନିମନ୍ତେ ପାନପୋଷ ଆଇଟିଡିଏ ହଲ୍‌ରେ ଏକ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଉରକେଲା ଓ ବିରମିତ୍ରପୁର ବିଧାନସଭା କ୍ଷେତ୍ରର ବୁଥ ସ୍ତରୀୟ ଅଧିକାରୀ (BLO), ସୁପରଭାଇଜର ଏବଂ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣରେ ଭୋଟର ସମ୍ବନ୍ଧୀୟ ଫର୍ମ ପୂରଣ କରିବା ଏବଂ ସେଗୁଡ଼ିକୁ ୱେବସାଇଟ୍‌ରେ ଅପଲୋଡ୍ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପ୍ରାୟୋଗିକ ତାଲିମ ପ୍ରଦାନ କରାଯାଇଥିଲା। ଚଳିତ ୩୦ ମଇ ରୁ ୨୮ ଜୁନ୍ ୨୦୨୬ ମଧ୍ୟରେ ଏହି ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଫର୍ମ ବଣ୍ଟନ କରିବା ସହ ଭୋଟରଙ୍କ ସୂଚନା ସଂଗ୍ରହ କରିବେ। ଏହି କାର୍ଯ୍ୟକ୍ରମରେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ଉପ-ଜିଲ୍ଲାପାଳ ସାଧବି ଦେହୁରୀଆ, ଉପ-ଆୟୁକ୍ତ ଏବଂ ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Related Posts

About The Author

Add Comment