ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ।

Spread the love

ଯାଜପୁର,  : ୬/୭/୨୬ (ସନ୍ଧାନ ନ୍ୟୁଜ )  ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜିଲ୍ଲାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟା ଅଧୀନରେ ନୂତନ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ପାଇଛି। ଏହା ସହିତ ଜିଲ୍ଲାରେ ଭୋଟରମାନଙ୍କ ସୁବିଧା ପାଇଁ ମତଦାନ କେନ୍ଦ୍ର ଗୁଡ଼ିକର ସଂଶୋଧନ ଓ ନୂତନ ବୁଥ୍ ପୁନଃନିର୍ଦ୍ଧାରଣ ସମ୍ପର୍କରେ ସୂଚନା ଦିଆଯାଇଛି।  ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗଦେଇ କହିଲେ ଆଜି ଜିଲ୍ଲାର ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ କରାଯାଇଛି।ଏଥିପାଇଁ ଆରମ୍ଭ ହୋଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟା ଅନୁଯାୟୀ, ବିଏଲଓ (BLO) ମାନେ ଘରକୁ ଘର ବୁଲି ଫର୍ମ ବଣ୍ଟନ କରିବା ସହ ମ୍ୟାପିଂ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଏହି ପ୍ରକ୍ରିୟା ପରେ ବର୍ତ୍ତମାନ ଏକ ସୂଚନା ତାଲିକା ଜାରି କରାଯାଇ ନୋଟିସ ମାଧ୍ୟମରେ ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉଛି। ଏହି ପ୍ରକାଶିତ ଚିଠା ତାଲିକାରେ କାହାର ନାମ ସାମିଲ ହୋଇଛି ଏବଂ କାହାର ନାମ ବାଦ୍ ପଡ଼ିଛି, ସେ ସମ୍ବନ୍ଧରେ ନାଗରିକମାନେ ଯାଞ୍ଚ କରିପାରିବେ ଏବଂ ନିଜର ଦାବି କିମ୍ବା ଆପତ୍ତି ଅଭିଯୋଗ ପାଇଁ ଆବେଦନ ପତ୍ର ଦାଖଲ କରିପାରିବେ।  ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ତଥା ତା ୦୫.୦୭.୨୦୨୬ ରିଖ ଠାରୁ ଆରମ୍ଭ ହେବ। ସେପ୍ଟେମ୍ବର ୬ ତାରିଖ ଦିନ ଚୂଡ଼ାନ୍ତ ଭୋଟର ତାଲିକା ଚିଠା ପ୍ରକାଶିତ କରାଯିବ।  ୭ ଟି ନିର୍ବାଚନ ମଣ୍ଡଳୀର ଇ.ଆର୍.ଓ ମାନେ ବ୍ଲକ୍ ହେଡ କ୍ୱାର୍ଟର ରେ ସମସ୍ତ ସୁବିଧା ପ୍ରଦାନ ପୂର୍ବକ ନୋଟିସ ଜାରି କରିବେ। ଏହି ପ୍ରକ୍ରିୟାରେ ପ୍ରଥମେ ଅବଜେକ୍ସନ୍ ପିରିଅଡ ରହିବ। ଯେଉଁ ମାନଙ୍କର କିଛି ଅବଜେକ୍ସନ୍ ଥିବ ଅବଜେକ୍ସନ୍ ପିରିଅଡ ମଧ୍ୟରେ ଅବଜେକ୍ସନ୍ ଗ୍ରହଣ କରାଯିବ। ଏବଂ ନୋଟିସ ମାଧ୍ୟମରେ ଡିସପୋଜାଲ କରାଯିବ। ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯିବା ସହ ପ୍ରତି ୧୨୦୦ ଭୋଟରଙ୍କପାଇଁ ଏକ ମତଦାନ କେନ୍ଦ୍ର ବ୍ୟବସ୍ଥାକୁ ଆଧାର କରି ବୁଥ୍‌ଗୁଡ଼ିକର ପୁନଃନିର୍ଦ୍ଧାରଣ (Rationalization) କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ମୋଟ ୪୦୭ ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି, ଯାହାଫଳରେ ପୂର୍ବରୁ ଥିବା ୧୬୩୯ ଟି ବୁଥ୍ ସଂଖ୍ୟା ଏବେ ବୃଦ୍ଧି ପାଇ ୨୦୪୬ ରେ ପହଞ୍ଚିଛି। ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ଭୋଟର ତାଲିକାର ସ୍ୱଚ୍ଛତା ଓ ଶୁଦ୍ଧତା ବଜାୟ ରଖିବା ଏବଂ ଜଣେ ହେଲେ ବି ଯୋଗ୍ୟ ଭାରତୀୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି, ତାହା ନିଶ୍ଚିତ କରିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ। ଏହି ପ୍ରକ୍ରିୟାରେ କୌଣସି ପ୍ରକୃତ ଭୋଟର ଯେପରି ହଇରାଣ ନହୁଅନ୍ତି, ସେଥିପାଇଁ ସମସ୍ତ ଶ୍ରବଣ କେନ୍ଦ୍ର (Hearing Centres) ଗୁଡ଼ିକରେ ସ୍ୱଚ୍ଛ ଓ ସହଜ ପ୍ରକ୍ରିୟାରେ ଆପତ୍ତିର ଶୁଣାଣି କରିବାକୁ ERO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ

Related Posts

About The Author

Add Comment