ରୁଦ୍ରପୁର ଗ୍ରାମର ଯୁବକଙ୍କ ଆତ୍ମହତ୍ୟା ସନ୍ଧେହ ଘେରରେ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୦୬ା୦୬: ଯାଜପୁର ଜିଲ୍ଲାରେ ଯାଜପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନା ନିକଟସ୍ଥ ରୁଦ୍ରପୁର ଗ୍ରାମରେ ଗତକାଲି ରାତିରେ ଅଶୋକ ସାହୁଙ୍କ ମଝିଅଁଅ ପୁଅ ଅରବିନ୍ଦ ସାହୁ(୨୫) ଗତକାଲି ରାତି ୯ଟାରେ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଆସିଥିବା ବେଳେ, ରୁଦ୍ରପୁର ଗ୍ରାମର ବଡ଼ପଡ଼ିଆ ଅଶ୍ୱସ୍ଥ ଗଛରେ ଅରବିନ୍ଦଙ୍କ ଶବଝୁଲୁଥିବା ଦେଖିବାକୁ ମିଳିଥିଲା । ଅରବିନ୍ଦର ବାମହାତ ବ୍ରେସଲେଟ କଟାଯାଇଥିବା ବେଳେ, ଏକ ସରୁ ରସିରେ ଅରବିନ୍ଦ ଝୁଲୁଥିବାର ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ନିକଟରେ ଥିବା ଏକ ଡଷ୍ଟବିନରେ ରସିର କିଛି ଅଂଶ ପଡ଼ିଥିବା ବେଳେ, ଅରବିନ୍ଦର ମୃତ୍ୟୁ ନିକଟରେ ବ୍ଲେଡ଼ ପଡ଼ିଥିବା ଚପଲ ଥଆ ହୋଇଥିବା ବେଳେ, ଅରବିନ୍ଦର ମୋବାଇଲ ଫୋନ ଆତ୍ମହତ୍ୟା କରିଥିବା ଗଛମୁଳରେ ରଖାଯାଇଥିବା ଅରବିନ୍ଦ ପିନ୍ଧିଥିବା ସାର୍ଟ ପ୍ୟାଣ୍ଟରେ ବ୍ରଲ ଲାଗିଥିବା ଦେଖିବାକୁ ମିଳିଚି । ଅରବିନ୍ଦକୁ ଯୋଜନା ବନ୍ଧ ଭାବେ ହତ୍ୟା କରାଯାଇଚି ନା ସେ ଆତ୍ମହତ୍ୟା କରିଚି ତା ସ୍ପଷ୍ଟ ହୋଇନଥିବା ବେଲେ, ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ଅରବିନ୍ଦ ସାହୁ ଚଣ୍ଡିଖୋଲର ମଣିପୁରମ ଗୋଲ୍ଡଲୋନରେ ଚାକିରି କରିଥିଲେ । ଖବର ପାଇ ଯାଜପୁର ଏସଡିପିଓ ସଂଜୟ କୁମାର ପଟ୍ଟନାୟକ ବ୍ରହ୍ମବରଦା ଥାନା ଅଧିକାରୀ ଏସ ଦାଶରଥି ପାତ୍ର, ସବଇନ୍ସପେକ୍ଟର ବିଭୁତି ଭୂଷଣ ପାତ୍ର ଘଟଣା ସ୍ଥଳରେ ପହଁଞ୍ôଚ ସାଇଣ୍ଟିଫିକ ଟିମ ମାଧ୍ୟମରେ ତଦନ୍ତ କରାଯାଇଥିଲା । ଶବକୁ ପୋଲିସ ଜବତ କରିବା ସହିତ ପୋଷ୍ଟବଟମ ପାଇଁ ବଡ଼ଚଣା ମେଡିକାଲକୁ ପଠାଇଥିବା ବେଳେ, ଅରବିନ୍ଦର ମୋବାଇଲକୁ ପୋଲିସ ଜବତ କରିଛନ୍ତି । ଅରବିନ୍ଦ ସାଙ୍ଗମାନଙ୍କୁ ପୋଲିସ ପଚରା ଉଚରା କରୁଚି । ଯାଜପୁର ଏସଡିପିଓ ସଂଜୟ କୁମାର ପଟ୍ଟନାୟକ ତଦନ୍ତ କରୁଥିବା ବେଳେ, ଅରବିନ୍ଦ ଆତ୍ମହତ୍ୟା କରିଚି ନା ତାକୁ ହତ୍ୟା କରାଯାଇଚି ତହା ସନ୍ଧେହ ଘେରରେ ରହିଚି । ପୋଷ୍ଟବଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ, ଏହା ହତ୍ୟା ନା ଆତ୍ମହତ୍ୟା ତହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଚି ।

Related Posts

About The Author

Add Comment