ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୦୯ କୁ ବୃଦ୍ଧି

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର ୨୩-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୦୯ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବଲାଙ୍ଗୀର ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୨ ଜଣ, ଗଜପତିଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ନୟାଗଡ଼ ଜିଲ୍ଲାରୁ ଜଣେ, ରାୟଗଡ଼ା ଜିଲ୍ଲାରୁ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ବଲାଙ୍ଗୀର ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୨- କଟକ ଜିଲ୍ଲାର ଜଣେ ୮୭ ବର୍ଷ ବୟସ୍କା ମହିଳା ଯିଏ କି କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗ, ଉଚ୍ଚ ରକ୍ତଚାପ, ପୁରୁଣା ସେରେବ୍ରୋ ଭାସୁଲାର୍ ଦୁର୍ଘଟଣାରେ ମଧ୍ୟ ପୀଡିତ ଥିଲେ।

୩- କଟକ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ହାଇପୋଥାଇରଏଡିଜିମ୍, କ୍ରନିକ୍ କିଡନୀ ରୋଗ ଏବଂ ପୁରୁଣା ସେରେବ୍ରୋ ଭାସୁଲାର୍ ଦୁର୍ଘଟଣାରେ ମଧ୍ୟ ପୀଡିତ ଥିଲେ।

୪- ଗଜପତି ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୫- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ୬୧ ବର୍ଷ ବୟସ୍କ ପୁରୁଷ।

୭- ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଅସୁସ୍ଥ ମୋଟାପଣରେ ମଧ୍ୟ ପୀଡିତ ଥିଲେ।

୮- ନୟାଗଡ଼ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୯- ରାୟଗଡା ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ।

୧୦- ରାୟଗଡା ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

Related Posts

About The Author

Add Comment