ଯାଜପୁର ଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ।

Spread the love

ଯାଜପୁର,   :  ୮/୭/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜେଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଳନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଶ୍ରୀ ଜଗନ୍ନାଥ ଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରଥଯାତ୍ରା ଉତ୍ସବର ଏକ ବିସ୍ତୃତ ସରକାରୀ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଶ୍ରୀ ଜଗନ୍ନାଥ ଜୀଉ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟ ବୋର୍ଡ, ଯାଜପୁର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୧୬ ତାରିଖ ଗୁରୁବାର ଦିନ ପବିତ୍ର ରଥଯାତ୍ରା (ଶ୍ରୀଗୁଣ୍ଡିଚା ଯାତ୍ରା) ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୧୭ ତାରିଖରେ ରଥଟଣା ଏବଂ ଜୁଲାଇ ୨୪ ତାରିଖ ଶୁକ୍ରବାର ଦିନ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଳନ କରାଯିବ ବୋଲି ସ୍ଥିର ହୋଇଛି।ସୂଚନା ଅନୁଯାୟୀ ଜୁଲାଇ ୧୭ ତାରିଖ ଉତ୍ସବର ପ୍ରଥମ ଦିନ ଅପରାହ୍ନ ୬.୦୦ ଘଟିକା ଠାରୁ ‘ଚେତନା ପରିଷଦ’ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ପରିବେଷଣ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ। ଏହାପରେ ତା ୧୭.୦୭.୨୦୨୬ ରିଖ ଦିନ ଅପରାହ୍ନ ୪.୦୦ ଘଟିକା ଠାରୁ  ଶ୍ରୀମନ୍ଦିରରୁ ମାଉସୀମା ମନ୍ଦିର ଅଭିମୁଖେ ମହାପ୍ରଭୁଙ୍କ ପବିତ୍ର ରଥଟଣା ଆରମ୍ଭ ହେବ। ରଥଯାତ୍ରାର ପରବର୍ତ୍ତୀ ଦୁଇ ଦିନ ଅର୍ଥାତ୍ ଜୁଲାଇ ୧୮ ଓ ୧୯ ତାରିଖ (ଶନିବାର ଓ ରବିବାର)  ଯଥାକ୍ରମେ ‘ଶ୍ରୀ ଜଗନ୍ନାଥ କଳା ବିକାଶ କେନ୍ଦ୍ର’ ଏବଂ ‘ଗୀତା ଜାଗରଣ ପରିଷଦ, ଯାଜପୁର’ ପକ୍ଷରୁ ଭକ୍ତିପୂତ ଭଜନ ସମାରୋହର ଆୟୋଜନ କରାଯାଇଛି।ଉତ୍ସବର ପଞ୍ଚମ ଦିବସ ଅର୍ଥାତ୍ ଜୁଲାଇ ୨୦ ତାରିଖ ସୋମବାର ଦିନ ରାତି ୭:୩୦ ରୁ ୧୦:୦୦ ଟା ମଧ୍ୟରେ ମା’ ଲକ୍ଷ୍ମୀଙ୍କ ‘ହେରାପଞ୍ଚମୀ’ ନୀତି ସମ୍ପାଦନ ହେବ। ଏହା ସହ ସେହିଦିନ ସନ୍ଧ୍ୟା ୬:୦୦ ଘଟିକାରୁ ରାତି ୧୦:୦୦ ଘଟିକା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜୁଲାଇ ୨୧ ତାରିଖ ମଙ୍ଗଳବାର ଦିନ ଶ୍ରୀ ଜଗନ୍ନାଥ ଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ସକାଳ ୭:୦୦ ଘଟିକାରୁ ସନ୍ଧ୍ୟା ୫:୦୦ ଟା ପର୍ଯ୍ୟନ୍ତ ଶ୍ରୀ ରାମଚରିତ ମାନସ ପାଠ କରାଯିବ ଏବଂ ଏହାପରେ ସନ୍ଧ୍ୟା ୬:୦୦ ଘଟିକାରୁ ରୁ ୧୦:୦୦ ଘଟିକା ମଧ୍ୟରେ ବିଶିଷ୍ଟ କଳାକାର ସତ୍ୟବ୍ରତ କର ଓ ସାଥୀଙ୍କ ଦ୍ୱାରା ପାରମ୍ପରିକ ପାଲା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।  ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ, ଜୁଲାଇ ୨୨ ତାରିଖ ବୁଧବାର ସନ୍ଧ୍ୟା ୬:୦୦ ଘଟିକାରୁ  ୧୦:୦୦ ଘଟିକା ମଧ୍ୟରେ  ବିଶିଷ୍ଟ ଜଗନ୍ନାଥ ଭକ୍ତଙ୍କ ଜୀବନୀ ଉପରେ ଆଧାରିତ ‘ଭକ୍ତ ସାଲବେଗ’ ଗୀତିନାଟ୍ୟ ପରିବେଷଣ କରାଯିବ।  ଜୁଲାଇ ୨୩ ତାରିଖ ଗୁରୁବାର ସନ୍ଧ୍ୟା ୬:୦୦ ଘଟିକାରୁ ୧୦:୦୦ ଘଟିକା ମଧ୍ୟରେ ‘ଅନନ୍ୟା ସାହିତ୍ୟ ସଂସଦ ପରିଷଦ, ଯାଜପୁର’ ଆନୁକୂଲ୍ୟରେ ଏକ ଭକ୍ତିମୟ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ। ଶେଷରେ ଜୁଲାଇ ୨୪ ତାରିଖ ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରୁ ମହାପ୍ରଭୁଙ୍କ ପବିତ୍ର ‘ବାହୁଡ଼ା ଯାତ୍ରା’ ଅନୁଷ୍ଠିତ ହେବ ଏବଂ ଏହି ଅବସରରେ ଭଜନ ପରିବେଷଣ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ଯାଜପୁରର ସମସ୍ତ ଜନସାଧାରଣ ଓ ଜଗନ୍ନାଥ ପ୍ରେମୀଙ୍କୁ ଜଗନ୍ନାଥ ଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆନ୍ତରିକ ସହଯୋଗ କରିବାକୁ ତହସିଲଦାର ତଥା ମ୍ୟାନେଜିଂ ଟ୍ରଷ୍ଟି, ଶ୍ରୀ ଜଗନ୍ନାଥ ଜୀଉ ଟ୍ରଷ୍ଟ ବୋର୍ଡ, ଶ୍ରୀ ରବି ନାରାୟଣ ପାଢ଼ୀଙ୍କ ଦ୍ୱାରା ଅନୁରୋଧ କରାଯାଇଛି।

Related Posts

About The Author

Add Comment