ଯାଜପୁର/୧୭/୦୩/(ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା ଡୋଲିପୁର ଅବକାରୀ ପୋଲିସି ପଞ୍ଜାରେ ମଦମାଫିଆ । ଘଟଣାରୁ ପ୍ରକାଶ ବହୁଦିନ ଧରି ରଗଡ଼ି ଅଂଚଳରର ମହୁଲି ମଦ ସାମାର୍ଯ୍ୟ ଚଳାଇ ଆସୁଥିବା ନରୋତମ ଜେନା ଘର ଅଳତି ଅଞ୍ଚଳରେ ବୋଲି ଜଣା ପଡ଼ିଛି । ଆଗରୁ ବହୁ ବାର ଡୋଲିପୁର ଅବକାରୀ ପୋଲିସି ଧରିଥିଲେ ମଧ୍ୟ କରୋନା ମହାମାରୀ ଚାଲୁଥିବା ବେଳେ କେସ କରି ନୋଟିସ ବେଲେ୍ ରେ ଛାଡ଼ି ଦିଆଯାଇଥିଲା ।ପୁନ୍ନର୍ବାର ଏପରି ଆଉ ମହୁଲି ମଦ ବେପାର କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲା ତେବେ ବେପାର ବନ୍ଦନକରି ଗାଁ ଗାଁରେ ନିଜ ମୋଟର ସାଇକେଲ ଯୋଗେ କୋଚିଆଙ୍କ ନିକଟରେ ପହଁଚାଇ ଦେଉଥିଲା ।ଯାଜପୁର ଜିଲ୍ଲା ଅବକାରୀ ବିଭାଗ ମୁଖ୍ୟ ଅଧିକ୍ଷକ ଶ୍ରୀ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶକ୍ରମେ ଡୋଲିପୁର ଅବକାରୀ ପୋଲିସ ଏସ୍ ଆଇ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକଟିମ ପଗଠନ କରି ପେଟ୍ରୋଲିଂଗ ସମୟରେ ନରୋତମ କୁ ରଗଡ଼ିଛକ ନିକଟରେ ୬୦ ଲିଟର ମହୁଲି ମଦ ସହ ସେଥିରେ ବ୍ୟବହାର ହେଉଥିବା ମଟର ସାଇକେଲରେ କୁ କାବୁ କରିବାରେ ସଫଳ ହେବା ସହ ଆସାମୀକୁ କୋଭିଡି ଟେଷ୍ଟ କରାଇ କୋର୍ଟରେ ହାଜର କରାଯାଇଥିଲା । ଡୋଲିପୁର ଅଞ୍ଚଳରୁ ଆଗରୁ ଅନେକ ଗିରଫ ହେଇଥିବା ବେଳେ ଆଗକୁ ଆହୁରି ଅନେଜ ଚୋରା ମଦ ମାଫିଆ ଗିରଫ ହେବେ ବୋଲି ଜଣା ଯାଉଛି ।ଏହି ବ୍ଲୁ ପ୍ରିଣ୍ଟରେ ଏସ୍ ଆଇ ପ୍ରଶାନ୍ତ କୁମାର ମହାନ୍ତି, ଏ ଏସ୍ ଆଇ ପ୍ରଦୋଷ ପରିଡ଼ା, କନେଷ୍ଟବଳ କ୍ଷୀରୋଦ କୁମାର ସାହୁ, ବିପିନି ପ୍ରଧାନ, ଶୁଭ ସ୍ମିତା ପ୍ରଧାନ ପ୍ରମୁଖ ସାମିଲ ଥିଲେ ।
ତାଜା ଖବର
- ପେଟ ବ୍ୟଥା ହେବା ଯୋଗୁଁ ଝିଅ ର ମୃତ୍ୟୁ
- ଖବରକାଗଜ ପରିବାର ଓ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ସନ୍ଧାନ ଯାଜପୁର ଜିଲ୍ଲା ପ୍ରତିନିଧି ଗୋପୀନାଥ ଦାଶ
- ସାଇବର ଠକେଇ ଓ କିଶୋରୀ ବାଳିକାଙ୍କ ଅଧିକାର ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା
- ଯାଜପୁରର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଅଭିନାଶ ସାଗରଙ୍କ ଯୋଗଦାନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରେଙ୍ଗାଲି ଗ୍ରାମ ରେ ବିଦ୍ୟୁତ ଟ୍ରାସଫାର୍ମା ଚୋରି, ଅନ୍ଧାର ରେ ଗ୍ରାମବାସି, ତଲସରା ଥାନା ରେ ଅଭିଯୋଗ
- ସମବେଦନା: ମାନବିକତାର ଶ୍ରେଷ୍ଠ ପରିଚୟ
- Sympathy: The Strength of a Compassionate Society
- Breking News: ଯାଜପୁର: ବଡ଼ଚଣା R&B JE ତପନ ସେଠୀଙ୍କ ଘରେ ଏବଂ ଅଫିସରେ ଭିଜିଳାନ୍ସ ରେଡ
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ


