ମାଇଁ ଭାରତ ଯାଜପୁରପକ୍ଷରୁ ଜିଲ୍ଲାରେ ସ୍ୱଚ୍ଛତା ପଖବାଡ଼ା(SwachhataPakhwada)କାର୍ଯ୍ଯ

Spread the love

ମାଇଁ ଭାରତ ଯୁବ ଭାରତ  ଯାଜପୁର ,ଧର୍ମଶାଳା ଓ ରସୁଲପୁର ବ୍ଲକର ଗୋକର୍ନେଶ୍ଵର ଯୁବକ ସଂଘ , ପାୱାର ୟୁଥ କ୍ଲବ୍ , ମହାବୀର ଯୁବକ ସଙ୍ଘ ମିଳିତ ଆନୁକୁଲ୍ୟରେ  ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।   ସଂଗଠନର ଜିଲ୍ଲା ଯୁବ ଅଧିକାରୀ କୁମାର ଗୌରବଙ୍କ ଦ୍ବାରା କାର୍ଯ୍ୟକ୍ରମକୁ ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱଂଶାସିତ କଲେଜରେ ଆରମ୍ଭ ହୋଇ, ନରସିଂହଚୌଧୁରୀ ସ୍ୱଂୟଶାସିତ କଲେଜରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଭିନ୍ନ ଭିନ୍ନ କ।ର୍ଯ୍ୟକ୍ରମ ହୋଇଥିଲ ।ଅଧ୍ୟାପକ ପ୍ରତାପ ବେହେରାଙ୍କ  ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ  ଧର୍ମଶାଳ। ବ୍ଲକ୍ ର ଚହଟା, ଅଭୟପୂର୍, ଜାରକା, ଗ୍ରାମ ପଞ୍ଚାୟତର ଭିନ୍ନ ଭିନ୍ନ ଗାଁ, ସ୍କୁଲ, ମନ୍ଦିର, ବଜାର, ଓ ବସ୍ତି ମାନଙ୍କରେ ସ୍ବଚ୍ଛତା ବଜାୟ ରଖିବାକୁ ପଡିବ ବୋଲି ସଚେତନତା ମାଧ୍ଯମରେ ଲୋକ ମାନଙ୍କୁ ଅବଗତ କରାଯାଇଥିଲା । ପରେ ପରେ ରସୁଲପୁର ବ୍ଳକର ବାରବାଟୀ, ସିଙ୍ଗାପୁର, ଓରାଲି ଗ୍ରାମପଞ୍ଚାୟତ ରେ ସ୍ବଚ୍ଛତା ପାଇଁ ସବୁଜ ପରିବେଶ, ପରିଷ୍କାର ପରିଚ୍ଛନ୍ନତା ଉପରେ ଶପଥ ପାଠ କରାଯାଇଥିଲା ଏବଂ ଭିନ୍ନ ଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା  ସ୍ୱଚ୍ଛତା ଅଭିଯାନ ଉପରେ ପିଲାଙ୍କୁ ନେଇ ହୋଇଥିଲା। ଶିକ୍ଷକ ପଙ୍କଜ ମଲିକ , ସ୍ୱେଚ୍ଛାସେବୀ ସୁନୀଲ କୁମାର ସାହୁ, ସଂଯୋଜକ ଅରୁଣ କୁମାର ରଣା,ସଂଜୟ ବେହେରା, ରାଜ କୁମାର ବେହେରା, ସୁନାକର ପଲେଇ, ରିତେଶ ବେହେରା, ଦାରା ସାମଲ,ଅଭିରାମ , ରାକେଶ, ଲିପୁନ୍ ସମସ୍ତ କ୍ଲବ ର ସଦସ୍ୟ ମାନେ ଯୋଗ ଦେଇ ସ୍ବଛତା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଏଥିପାଇଁ ଲୋକମାନଙ୍କୁ ରୋଗ ନିରାକରଣ ନିମନ୍ତେ ମଧ୍ଯ ସଚେତନତା ପ୍ରଦାନ କରିଥିଲେ। ସଫେଇ କାର୍ଯ୍ୟ କ୍ରମରେ ବିଭିନ୍ନ  ସ୍ଥାନରେ ବ୍ଲିଚିଙ୍ଗ ପାଓଡ଼ର, ଫିନାଇଲ ପକାଇ ରୋଗ ମୁକ୍ତ ହେବାକୁ ସାଧାରଣ ଜନତାକୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Related Posts

About The Author

Add Comment