ଭିନ୍ନ ଢଙ୍ଗରେ ପୂର୍ବତନ ବିଧାୟକ

Spread the love
  •  
  •  
  •  
  •  
  •  

ମାଲକାନଗିରି, ୧୧/୭ (ସନ୍ଧାନ ନିୟୁଜ ) – ଭିନ୍ନ ଢଙ୍ଗରେ ପୂର୍ବତନ ବିଧାୟକ । କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ଖଇରପୁଟ ଅଞ୍ଚଳରେ । ହାତରେ ଧାନ ବିହନ ଭରା ବାଲ୍ଟି ଧରି ଚାଷ ଜମିକୁ ଓଲ୍ଲାଇଲେ ପୂର୍ବତନ ବିଧାୟକ ଡମ୍ବୁରୁ ସୀସା । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ପୂର୍ବତନ ବିଧାୟକ ଡମ୍ବରୁ ସୀସା ଏବେ ନିଜ କୁଳ ବେଉସା ଯଥା ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଜଣେ ସାଧାରଣ ଚାଷୀ ଭଳି ବିଲରେ ଧାନ ବିହନ ବୁଣୁଥିବାର ଚିତ୍ର ଦେଖିବାକୁ ମିଳିଛି । ବିଶେଷ କରି ଗତ ୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶାର ଶେଷ ନିର୍ବାଚନ ମଣ୍ଡଳି ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରରୁ ପ୍ରଥମ ଥର ଭାବେ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ଡମ୍ବରୁ ସୀସା ବିଜେଡି ଦଳ ପକ୍ଷରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।୨୦୧୪ ଠାରୁ ୨୦୧୯ ପର୍ଯ୍ୟନ୍ତ ନିରବ ଛିହ୍ନ ଭାବେ ଜନସେବା କରି ବେଶ ଜନସାଧାରଣ ଙ୍କ ମନ ଜିଣି ପାରିଥିଲେ। ହେଲେ ଚଳିତ ବର୍ଷ ବିଜେଡି ଦଳ ତାଙ୍କୁ ଆଉ ଟିକେଟ ଦେଇ ନଥିଲା ତାଙ୍କ ସ୍ଥାନରେ ନୂଆ ମୁହଁ ନୂଆ ପରିଚୟ ଭାବେ ପୂର୍ଣ୍ଣ ଚନ୍ଦ୍ର ବାକା ଙ୍କୁ ଦଳୀୟ ଟିକେଟ ମିଳିଥିଲା ଏବଂ ବିଜୟ ଧାରା ବଜାୟ ରଖିଥିଲେ ପୂର୍ଣ୍ଣ ଚନ୍ଦ୍ର ବାକା । ଏହାପରେ ପୂର୍ବତନ ବିଧାୟକ ଡମ୍ବରୁ ସୀସା ଏବେ ସେ ପୂର୍ବ କୁଳ ବେଉସାରେ ନିଜକୁ ଚାଷ କ୍ଷେତ୍ରରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment