ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

Spread the love
  •  
  •  
  •  
  •  
  •  

ନୂଆଦିଲ୍ଲୀ,(ସନ୍ଧାନ ନ୍ୟୁଜ): ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ସାମିଲ ହେବେ । ତେବେ ସେ ପୂର୍ବରୁ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ।କହିରଖୁଛୁ କି, ସେ ଏହା ପୂର୍ବରୁ ବିହାରର ଚନପଟିଆ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିସାରିଛନ୍ତି । ଯେଉଁଥିରେ କି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିହାରର ବେତିୟା ଜିଲାରେ ରହିଥିବା ମନୀଷ ସେତେବେଳେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କର ମିଛ ଭାଇରାଲ ଭିଡିଓ କେସରେ ପୋଲିସ ଗିରଫ କରିଥିଲା । ପାଖାପାଖି ୯ ମାସ ଧରି ସେ ଜେଲରେ ରହିଥିଲେ । ତା ସହ ୟୁଟ୍ୟୁବରେ ମଧ୍ୟ ସେ ବେଶ ଲୋକପ୍ରିୟ ଅଟନ୍ତି । ତାଙ୍କ ଚ୍ୟାନେଲର ପାଖାପାଖି ୮.୭୫ ମିଲିୟନ ସବସ୍କ୍ରାଇବର ଅଛନ୍ତି । ବିଶେଷକରି ସାମାଜିକ ପ୍ରସଙ୍ଗ ଉପରେ ସେ ଭିଡିଓ କରୁଛନ୍ତି।ତେବେ ବର୍ତ୍ତମାନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏକ ବଡ ପଦକ୍ଷେପ ନେଇ ସେ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।

Related Posts

About The Author

Add Comment