ଜେନାପୁର/ ୨୬/୦୩/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ ) ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଞ୍ଚାୟତ ଅଧିନସ୍ଥ ମାଳହାଟ ଠାରେ ଏକା ଦଶତମ ବିଶ୍ୱଶାନ୍ତି ମହାଯଜ୍ଞ ଭକ୍ତ ଶୂନ୍ୟରେ ପାଳିତ ହେଉଅଛି ।ଏହି ଯଜ୍ଞଟିରେ ପାଖାପାଖି ତିନି ଗୋଟି ପଞ୍ଚାୟତର ଗ୍ରାମର ଲୋକମାନଙ୍କୁ ନେଇ ଅନୁଷ୍ଠାନଟି ଅନୁଷ୍ଠିତ ହୋଇଛି ଢେଙ୍କାନାଳ ଜିଲ୍ଲାର ଦଶମାଣ ପଞ୍ଚାୟତ ,ଯାଜପୁର ଜିଲ୍ଲାର ରେଖିଦେଇପୁର ପଞ୍ଚାୟତର ଓ ଏଣ୍ଡଳବା ପଞ୍ଚାୟତର ସମସ୍ତ ଗ୍ରାମର ଲୋକମାନଙ୍କର ପୂର୍ଣ୍ଣ ସହଯୋଗରେ ଅନୁଷ୍ଠାନଟି ଗଢ଼ି ଉଠିଛି। ପ୍ରତ୍ୟେକ ବର୍ଷ ଏହି ବିଶ୍ୱଶାନ୍ତି ମହାଯଜ୍ଞଟିରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହହୋଇଥାଏ ।ଓ ବହୁ ଦୂରଦୂରାନ୍ତରୁ ସାଧୁସନ୍ଥ ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ । ଏହିଯଜ୍ଞଟି ପାଞ୍ଚ ଦିନଧରି ବହୁ ଆଡ଼ମ୍ବରରେ ପାଳିତ ହୋଇଥାଏ ,ଭଜନ, କୀର୍ତ୍ତନ, ଘୋଡ଼ା ନାଚ, ପାଲା, ଦାସ କାଠିଆ ସାଙ୍ଗକୁ ବିଭିନ୍ନ ସଂସ୍କୃତିକ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସାଙ୍ଗକୁ ମିନା ବଜାର ଦୋଳି ଛୋଟ ବଡ଼ ଦୋକାନ ଶ୍ରଦ୍ଧାଳୁଙ୍କ ମନ ମୋହିଥାଏ । ହେଲେ ଏ ବର୍ଷ ମହାମାରୀ କରୋନା ଦ୍ୱିତୀୟ ଲହରୀ ସବୁ ଫିକା କରିଦେଲା । ସରକାରଙ୍କ କରୋନା ଗାଇଡ଼ ଲାଇନ ଅନୁଯାୟୀ ଭକ୍ତ ଶୂନ୍ୟରେ ପାଳିତ ହେଉଛି ବିଶ୍ୱଶାନ୍ତି ମହାଯଜ୍ଞ । କମିଟି ପକ୍ଷରୁ ଡାକବାଜି ଯନ୍ତ ସାହାଯ୍ୟରେ ଆଖ ପାଖର ପ୍ରତ୍ୟେକ ଗ୍ରାମ ମାନଙ୍କରେ ବୁଲି ସାମାଜିକ ଦୁରତା ରକ୍ଷାକରିବା ,ସର୍ବଦା ମାକ୍ସ ଓ ରୁମାଲ ବ୍ୟବହାର କରିବାର ସହିତ ହାତକୁ ବାରମ୍ବାର ସାବୁନୁରେ ଧୋଇବାକୁ କହିଥିଲେ । ଯେଉଁ ଭକ୍ତ ମାନେ ଯଜ୍ଞକୁଞ୍ଜ ନିକଟକୁ ଆସୁଛନ୍ତି ସେଠାରେ ଗହଳି ନ କରି ଦର୍ଶନ କରି ଫେରି ଯାଉଛନ୍ତି ।
ତାଜା ଖବର
- ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
- ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୭୯.୧୬ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
- ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
- ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ
- ଭାଗବତ ଜନ୍ମ କଥା, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ।
- ତଲସରା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ
- ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ
- JAJPUR SUB-COLLECTOR OFFICE STAFFER NABBED BY ODISHA VIGILANCE WHILE TAKING BRIBE RS. 40,000/- TO FACILITATE PERMISSION FOR PURCHASE OF LAND OF A SCHEDULED CASTE LAND OWNER.


